ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପିଲିଭିତ୍ ଜିଲ୍ଲାର ଟାଇଗର ରିଜର୍ଭ ଅନ୍ତର୍ଗତ ଜଙ୍ଗଲରୁ ବାହାରି ଗତ ବିଳମ୍ବିତ ରାତିରେ ଏକ ବାଘ ନିକଟସ୍ଥ ଅଟକୋନା ଗାଁ ଭିତରକୁ ଚାଲି ଆସିଥିଲା। ରାତି ହୋଇଥିବାରୁ ଗ୍ରାମବାସୀ ନିଜନିଜ ଘରେ ବିଶ୍ରାମ ନେଉଥିଲେ। କିନ୍ତୁ ଗାଁରେ ମହାବଳବାଘକୁ ଦେଖି କୁକୁରମାନେ ଭୁକିବା ଆରମ୍ଭ କରିଥିଲେ।
କୁକୁରମାନେ କାହିଁକି କ୍ରମାଗତ ଭାବେ ଭୁକି ଚାଲିଛନ୍ତି କିଛି ଅସୁବିଧା ହେଲା କି ଭାବି ଗ୍ରାମବାସୀ ବାହାରକୁ ଆସି ଯେଉଁ ଦୃଶ୍ୟ ଦେଖିଥିଲେ ଭୟଭୀତ ହୋଇଯାଇଥିଲେ। ସେମାନେ ଦେଖିବାକୁ ପାଇଲେ ଏକ ବାଘ ଗାଁ ସାରା ବୁଲୁଛି।
ଉକ୍ତ ବାଘ ବି ସୌଭାଗ୍ୟବଶତଃ କୌଣସି ପଶୁ, ପକ୍ଷୀ କି ମଣିଷକୁ ଆଘାତ ପହଞ୍ଚାଇ ନଥିଲା। ବରଂ ଶାନ୍ତ ଭାବେ ପାଚେରୀ ଉପରେ ବସି ଲୋକଙ୍କୁ ଚାହିଁ ରହିଥିଲା।
Uttar Pradesh : The tiger, which came out of the Tiger Reserve forest in Pilibhit district and reached Atkona village in the night, is still resting on the wall of the Gurudwara. A huge crowd has gathered to see the Tiger. A security cordon has been created by the Forest… pic.twitter.com/lvGWH7VHmb
— All India Radio News (@airnewsalerts) December 26, 2023
ସକାଳ ହେବା ପରେ ଏହି ବାଘକୁ ଧରିବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଅନେକ ଚେଷ୍ଟା ପରେ ଯାଇ ବାଘକୁ କାବୁ କରାଯାଇ ଅଚେତ କରାଯାଇଥିଲା । ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ଗତ ୪ମାସ ଭିତରେ ବାଘ ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଟାଇଗର ରିଜର୍ଭ ହେବା ପରେ ଅତିକମରେ ୪ ଡଜନ୍ ବାଘଙ୍କ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରି କହିଛନ୍ତି।