ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ପାଇଲଟଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ମିଳୁଛି।

Advertisment

ଇକ୍ବାଡୋରରେ ଘଟିଥିବା ଏହି ଘଟଣାକୁ ନେଇ କୁହାଯାଉଛି କି, ଇକ୍ବାଡୋରର ଲାସ ରିୟୋସ ପ୍ରାନ୍ତରେ ଏକ ବିଶାଳ ପକ୍ଷୀ ବିମାନ ଉଇଣ୍ଡସ୍କ୍ରିନରେ ପିଟି ହୋଇଥିଲା। ସୌଭାଗ୍ୟବଶତଃ ବିମାନ ଚଲାଉଥିବା ପାଇଲଟ ଏରିୟଲ ବ୍ୟାଲେଣ୍ଟଙ୍କୁ ଏଥିରେ କୌଣସି ଆଘାତ ପହଞ୍ଚି ନଥିଲା। ସେ ଏହି ଘଟଣା ପରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ଅନୁମତି ମିଳିବା ପରେ ସେ ବିମାନକୁ ସୁରକ୍ଷିତ ଅବତରଣ କରିଥିଲେ।

ଏହି ଘଟଣାକୁ ନେଇ ପାଇଲଟ ଏରିୟଲ କହନ୍ତି, ‘ବିମାନ ଉଡ଼ୁଥିବା ବେଳେ ହଠାତ ଉଇଣ୍ଡସ୍କ୍ରିନରେ ଏକ ପକ୍ଷୀ ଆସି ପିଟି ହୋଇଥିଲା। ପକ୍ଷୀଟି ପିଟି ହେବାପରେ ସେ ଉଇଣ୍ଡସ୍କ୍ରିନରେ ଫସିଯିବା ହେତୁ ତାର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ଉକ୍ତ ପକ୍ଷୀର ରକ୍ତରେ ମୁଁ ରକ୍ତାକ୍ତ ହୋଇଯାଇଥିଲି। ତେବେ ଏହି ଘଟଣାରେ ମନକୁ ସ୍ଥିର କରିଥିଲି। ବିଚଳିତ ହୋଇ ନଥିଲି। କଣ୍ଟ୍ରୋଲ ରୁମକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲି। ଏହାପରେ ସୁରକ୍ଷିତ ଭାବେ ବିମାନକୁ ଅବତରଣ କରିବାରେ ସଫଳ ହୋଇଥିଲି। ଏହା ମୋର ଜୀବନରେ ଏକ ଅଭୁଲା ସ୍ମୃତି ହୋଇ ରହିଯିବ।’

ଏହି ଭିଡିଓ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଏମିତି ଏକ ଘଟଣା ପାଇଁ ଜଣେ ପାଇଲଟ ତାଙ୍କ ଆଖି ହରାଇ ଦେଇଥିଲେ।’