ମୁମ୍ବାଇ: ମହାରାଷ୍ଟ୍ରର ଜଳଗାଓଁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପାଇଲଟ୍ ତାଙ୍କ ଡ୍ୟୁଟି ସମୟ ଶେଷ ହୋଇଗଲା ବୋଲି କହି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିମାନ ଉଡ଼ାଣ କରିବାକୁ ମନା କରିଦେଇଥିଲେ। ଯଦିଓ ପରେ ଅଧିକାରୀମାନେ ତାଙ୍କୁ ବୁଝାସୁଝା କରିବା ପରେ ବିମାନ ଉଡ଼ାଇବାକୁ ପାଇଲଟ୍ ରାଜି ହୋଇଥିଲେ, କିନ୍ତୁ ଏହା ଯୋଗୁଁ ସିନ୍ଦେଙ୍କ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗତକାଲି ସନ୍ଧ୍ୟାରେ ମୁମ୍ବାଇରୁ ଜଲଗାଁଓରେ ପହଞ୍ଚିଥିଲେ। ତାଙ୍କୁ ରାତିରେ ପୁଣି ଥରେ ଜଳଗାଁରୁ ମୁମ୍ବାଇ ଫେରିବାର ଥିଲା। କିନ୍ତୁ ପାଇଲଟ୍ ଉଡ଼ାଣ କରିବାକୁ ମନା କରିଦେଲେ ଏବଂ କହିଲେ ଯେ ତାଙ୍କର ଡ୍ୟୁଟି ସମୟ ସରିଯାଇଛି।
ସୂଚନା ଅନୁସାରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗତକାଲି ସନ୍ଧ୍ୟାରେ ମୁମ୍ବାଇରୁ ଜଲଗାଁଓରେ ପହଞ୍ଚିଥିଲେ। ତାଙ୍କୁ ରାତିରେ ପୁଣି ଥରେ ଜଳଗାଁଓରୁ ମୁମ୍ବାଇ ଫେରିବାର ଥିଲା। କିନ୍ତୁ ପାଇଲଟ୍ ଉଡ଼ାଣ କରିବାକୁ ମନା କରିଦେଲେ ଏବଂ କହିଲେ ଯେ ତାଙ୍କର ଡ୍ୟୁଟି ସମୟ ସରିଯାଇଛି। ଏହା ପରେ ମନ୍ତ୍ରୀ ଗିରିଶ ମହାଜନ, ଗୁଲାବରାଓ ପାଟିଲ ଏବଂ ଜିଲ୍ଲା କଲେକ୍ଟର ଏବଂ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଅଧିକାରୀମାନେ ପାଇଲଟମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ସେପଟେ ଏକନାଥ ସିନ୍ଦେ ମନ୍ତ୍ରୀ ଗିରିଶ ମହାଜନ ଏବଂ ଗୁଲାବରାଓ ପାଟିଲଙ୍କ ସହିତ ବିମାନବନ୍ଦରରେ ପାଇଲଟମାନଙ୍କ ସହିତ ଏକ ରୁଦ୍ଧଦ୍ୱାର ଆଲୋଚନା ମଧ୍ୟ କରିଥିଲେ। ଏହା ପରେ ପାଇଲଟ ମୁମ୍ବାଇ ଫେରିବାକୁ ରାଜି ହୋଇଥିଲେ । ତେବେ ଏସବୁ ଯୋଗୁଁ ବିଳମ୍ବରେ ମୁମ୍ବାଇରେ ପହଞ୍ଚିଥିଲେ ଏକନାଥ ।