‘ଓ୍ଵିଙ୍ଗ୍‌ ସୁଟ୍‌’ ସାହାଯ୍ୟରେ ୮୫୦୦ ଫୁଟ୍‌ ଉଚ୍ଚତାରୁ ସ୍କାଇ ଡାଇଭିଂ କରି ଇତିହାସ ରଚିଲେ ଓ୍ଵିଙ୍ଗ୍‌ କମାଣ୍ଡର ତରୁଣ ଚୌଧୁରୀ

ନୂଆଦିଲ୍ଲୀ: ‘ଓ୍ଵିଙ୍ଗ୍‌ ସୁଟ୍‌’ ପରିଧାନ କରି ୮୫୦୦ ଫୁଟ୍‌ ଉଚ୍ଚତାରୁ ସ୍କାଇ ଡାଇଭିଂ କରି ଇତିହାସ ରଚନା କରିଛନ୍ତି ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର ତରୁଣ ଚୌଧୁରୀ। ଅପୂର୍ବ ସାହସିକତା ପ୍ରଦର୍ଶନ କରିବାକୁ ଯାଇ ‘ଓ୍ଵିଙ୍ଗ୍‌ ସୁଟ୍‌’ (ଡେଣାଲଗା ପାରାଚୁଟ) ପରିଧାନ କରି ଏତେ ଉଚ୍ଚତାରୁ ସଫଳତା ପୂର୍ବକ ସ୍କାଇ ଡାଇଭିଂ କରିବାରେ ତରୁଣ ଚୌଧୁରୀ ସର୍ବପ୍ରଥମ ପାଇଲଟ ଥିବା ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି।

NDTV

ରାଜସ୍ଥାନର ଯୋଧପୁର ଏୟାର ବେସ୍‌ରେ ଗତ ୨୧ ତାରିଖ ଦିନ କାର୍ଗିଲ୍‌ ବିଜୟ ଦିବସ ପାଳନ ଅବସରରେ ଓ୍ଵିଙ୍ଗ୍‌ କମାଣ୍ଡର ତରୁଣ ଏହି ବିରଳ କୃତିତ୍ତ୍ୱ ହାସଲ କରିଥିଲେ।

ଭାରତୀୟ ବାୟୁସେନାର ଏକ ଏମ୍‌ଆଇ-୧୭ ହେଲିକପ୍ଟର ଯୋଗେ ସମୁଦ୍ର ପତନ ଠାରୁ ୮,୫୦୦ ଫୁଟ ଉଚ୍ଚତାକୁ ଉଠିଯିବା ପରେ ‘ଓ୍ଵିଙ୍ଗ୍‌ ସୁଟ୍‌’ (ଡେଣାଲଗା ପାରାଚୁଟ) ପରିଧାନ କରି ହେଲିକପ୍ଟରରୁ ଭୂପୃଷ୍ଠକୁ ଲମ୍ଫ ମାରି ସ୍କାଇ ଡାଇଭିଂ କରି ସଫଳତା ପୂର୍ବକ ଭୂପୃଷ୍ଠରେ ଓହ୍ଲାଇ ଥିଲେ ଓ୍ଵିଙ୍ଗ୍‌ କମାଣ୍ଡର ତରୁଣ ଚୌଧୁରୀ।

ସମ୍ବନ୍ଧିତ ଖବର