ଲକ୍ଷ୍ନୌ: ସୋମବାର ଦିନ ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲା ସରାଇମିର ଥାନା ଅନ୍ତର୍ଗତ ସେଣ୍ଟର୍ୱା ଖୈରୁଦ୍ଦିନପୁର ଅଞ୍ଚଳ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନର ପାଇଲଟ୍ଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।
ପାଇଲଟ୍ମାନଙ୍କୁ ତାଲିମ ଦେବାରେ ବ୍ୟବହୃତ ଏହି ବିମାନଟି ପୂର୍ବାହ୍ନ ପ୍ରାୟ ୧୧.୩୦ରେ ହଠାତ୍ ଆକାଶରୁ ଖସି ବିଲରେ ପଡ଼ିଯାଇଥିଲା। ବିଲରେ ପଡ଼ିବା ପରେ ବିମାନଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଏହା ଆମେଠିସ୍ଥିତ କେନ୍ଦ୍ର ସରକାରଙ୍କ ପରିଚାଳିତ ବିମାନ ଉଡ଼ାଣ ତାଲିମ ପ୍ରତିଷ୍ଠାନ ‘ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ଉଡ଼ାଣ ଏକାଡେମି’ର ବିମାନ।
Image Courtesy of Hindustan Timesଗାଁ ମୁଖିଆ ଏହି ଦୁର୍ଘଟଣା ସମ୍ବାଦ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ। ସୂଚନା ପାଇବା ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ପୁଲିସ ଓ ବରିଷ୍ଠ ସରକାରୀ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଥିଲେ ଏବଂ ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ବିମାନର ଭଗ୍ନାଂଶ ହଟାଯାଇ ପାଇଲଟ୍ଙ୍କ ଶବ ବାହାର କରାଯାଇଥିବା କଥା ଆଜମଗଡ଼ ପୁଲିସ କହିଛି। ପାଇଲଟ୍ଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/trainer.jpg)