ନୂଆଦିଲ୍ଲୀ: ସାଧାରଣତଃ ବିମାନରେ କୌଣସି ଯାତ୍ରୀଙ୍କ ଶରୀର ଅସୁସ୍ଥ ହେଲେ କିମ୍ବା ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେଲେ ଜରୁରୀ ଅବତରଣ ପାଇଁ ପାଇଲଟ ଅନୁମତି ମାଗି ଥାଆନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ସିଙ୍ଗଲ ପ୍ରୋପେଲର ଏୟାରକ୍ରାପ୍ଟ ନିଜର ଛୋଟ ଆକାର ଓଜନ ହେତୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାଏ। ୨୦୨୨ରେ ଜଣେ ପାଇଲଟ ପ୍ରୋପେଲ ବିମାନ ଚଲାଉଥିବା ବେଳେ ଭିଡ଼ ରାସ୍ତାରେ ଜରୁରୀ ଅବତରଣ କରିଥିଲେ। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଘଟଣାକୁ ନେଇ ପାଇଲଟ ବିନସେଣ୍ଟ ଫ୍ରିଜର କହିଥିଲେ, ମୁଁ ମୋ ଶ୍ବଶୁରଙ୍କୁ ଧରି ଗ୍ରେଟ ସ୍ମୋକି ପାହାଡ ଉପରେ ଉଡ଼ୁଥିଲି। ଏହି ସମୟରେ ଗୋଟିଏ ଇଞ୍ଜିନ ଥିବା ବିମାନ ହଠାତ ଫେଲ ହୋଇଯାଇଥିଲା। ମୁଁ ନିଜ ଚାଳନା ଉପରେ ଭାରସାମ୍ୟ ରକ୍ଷା କରି ପ୍ରଥମେ ନଦୀରେ ଅବତରଣ କରିବାକୁ ଚେଷ୍ଟା କରିଥିଲି। ଏତିକି ବେଳେ ମୋତେ ଜାତୀୟ ରାଜପଥ ଦିଶିଥିଲା। ତେଣୁ ମୁଁ ଶ୍ବଶୁରଙ୍କ ଜୀବନ ବଞ୍ଚାଇବା ପାଇଁ ଭିଡ଼ ରାସ୍ତାରେ ବିମାନ ଅବତରଣ କରି ଦେଇଥିଲି। ଏହି ସମୟରେ ମୁଁ କାହାରିକୁ କିଛି କ୍ଷତି ପହଞ୍ଚାଇବା ପାଇଁ ଦେଇ ନଥିଲି। ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ ଅବତରଣ କରିଥିଲି। ସେହି ସମୟରେ ପ୍ରତି ମୁହୂର୍ତ୍ତ ମୋ ପାଇଁ ଚ୍ୟାଲେଞ୍ଜିଂ ଥିଲା। କାରଣ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବାର ଅନେକ ସମ୍ଭାବନା ରହିଥିଲା।