ନିର୍ବାଚନରେ ହାରକୁ ନେଇ ପାଇଲଟଙ୍କୁ ଦୋଷ ଦେଲେ ଗେହଲଟ

ଜୟପୁର: ଲୋକସଭା ନିର୍ବାଚନରେ ହାର ପରେ ରାଜସ୍ଥାନ କଂଗ୍ରେସରେ ଏବେ ଏହାକୁ ନେଇ ନେତାଙ୍କ ମଧ୍ୟରେ ବିବାଦ ଦେଖାଯାଇଛି | କଂଗ୍ରେସ ନେତାମାନେ ପରସ୍ପର ପ୍ରତି ଆରୋପ-ପ୍ରତ୍ୟାରୋପ କରିବାରେ ଲାଗିପଡିଛନ୍ତି | ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ପୁଅ ବୈଭବଙ୍କ ହାରକୁ ନେଇ କଂଗ୍ରେସ ପିସିସି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ ଦୋଷ ଲଦିଛନ୍ତି |

ଗେହଲଟ କହିଛନ୍ତି ଯେ ଯୋଧପୁରରୁ ଲଢ଼ିବା ନେଇ ତାଙ୍କ ପୁଅଙ୍କ ନାମକୁ ସଚିନ ସୁପାରିଶ କରିଥିଲେ | ପାଇଲଟ କହିଥିଲେ ଯେ ବୈଭବ ବହୁ ଭୋଟରେ ଜିତିବେ | କାରଣ ୬ ଜଣ କଂଗ୍ରେସ ବିଧାୟକ ସମର୍ଥନ କରିବେ | ସେହିପରି ନିର୍ବାଚନ ଅଭିଯାନ ବୈଭବଙ୍କୁ ଜିତାଇବାରେ ସାହାଯ୍ୟ କରିବ ବୋଲି ସଚିନ କହିଥିଲେ | ତେଣୁ ବୈଭବଙ୍କ ହାରିବାକୁ ସଚିନ ନିଜ ଉପରକୁ ନେଇଯିବାକୁ କହିଛନ୍ତି ଏହି ବରିଷ୍ଠ ନେତା |

ରାଜସ୍ଥାନ ଲୋକସଭାରେ ବିଜେପି ବିପୁଳ ବିଜୟ ହାସଲ କରିଛି | କାରଣ ରାଜ୍ୟରେ କଂଗ୍ରେସ ସରକାର ଥିଲେ ବି ସମସ୍ତ ୨୫ଟି ଆସନକୁ ମୂଳପୋଛ କରିନେଇଛି ବିଜେପି | ଏହି ବୟାନକୁ ନେଇ ସଚିନ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି |

ସମ୍ବନ୍ଧିତ ଖବର