ନୂଆଦିଲ୍ଲୀ: ଯାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଜଣେ ପାଇଲଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ଖରାପ ବ୍ୟବହାର କରିଥିବାରୁ ଇଣ୍ଡିଗୋ ବିମାନର ଜଣେ ପାଇଲଟଙ୍କୁ ୩ ମାସ ପାଇଁ ନିଲମ୍ବନ କରିଛି ବେସାମରିକ ବିମାନ ଉଡାଣ ମହାନିର୍ଦ୍ଦେଶାଳୟ(ଡ଼ିଜିସିଏ) | ମିଳିଥିବା ସୂଚନା ମୁତାବକ ଜାନୁୟାରୀ ୧୩ ତାରିଖରେ ଚେନ୍ନାଇ-ବାଙ୍ଗାଲୋର ବିମାନରେ ଜଣେ ପାଇଲଟ ମହିଳା ଯାତ୍ରୀଙ୍କୁ ପାଇଲଟ ଧମକେଇବା ସହ ଖରାପ ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା |
/sambad/media/post_attachments/wp-content/uploads/2020/01/indigo-1-300x222.jpg)
ପାଇଲଟ ଜଣକ ମହିଳାଙ୍କୁ ଜେଲ ପଠାଇବାର ମଧ୍ୟ ଧମକ ଦେଇଥିଲେ | ମହିଳା ଯାତ୍ରୀ ସୁପ୍ରିୟା ନାୟର ଅଭିଯୋଗ କରିଥିଲେ ଯେ ଜାନୁୟାରୀ ୧୩ ତାରିଖ ରାତିରେ ଚେନ୍ନାଇରୁ ବାଙ୍ଗାଲୋର ନିଜ ୭୫ ବର୍ଷୀୟ ମାଙ୍କ ସହ ଯାଉଥିଲେ | ତାଙ୍କ ମା ଅସୁସ୍ଥ ଥିବାରୁ ସେ ହ୍ୱିଲ ଚେୟାର ଖଣ୍ଡେ ଦେବାକୁ ଅନୁରୋଧ କରିଥିଲେ |
କିନ୍ତୁ ପାଇଲଟ ଜଣକ ତାଙ୍କ ସହ ଖରାପ ବ୍ୟବହାର କରିବା ସହ ଜେଲ ପଠାଇବାକୁ ଧମକ ଦେଇଥିଲେ | ଏ ବାବଦରେ ସୁପ୍ରିୟା କେନ୍ଦ୍ର ବେସାମରିକ ବିମାନ ଉଡାଣ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଟ୍ୱିଟ କରି ଅଭିଯୋଗ କରିଥିଲେ | ଏହା ପରେ ଡ଼ିଜିସିଏ ଏହି ଘଟଣାର ତଦନ୍ତ କରି ଅଭିଯୋଗର ସତ୍ୟତା ଥିବାର ଜାଣିପାରିଥିଲା | ଯାତ୍ରୀଙ୍କୁ ଦୁର୍ବ୍ୟବହାର ଓ ଧମକ ଦେବା ଘଟଣାରେ ତିନି ମାସ ପାଇଁ ପାଇଲଟଙ୍କୁ ନିଲମ୍ବନ କରିଛି |