ମୁମ୍ବାଇ:ମୁମ୍ବାଇରେ ଜଣେ ୨୫ ବର୍ଷୀୟା ଏୟାର ଇଣ୍ଡିଆ ପାଇଲଟ୍ ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ଏବେ ନୂଆ ନୂଆ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ମୁମ୍ବାଇ ପୁଲିସ ସୂତ୍ରରୁ ପ୍ରକାଶ ଯେ ଏୟାର ଇଣ୍ଡିଆ ପାଇଲଟ ସୃଷ୍ଟି ତୁଲି ଜୀବନ ହାରିବା ପୂର୍ବରୁ ତାଙ୍କ ପ୍ରେମିକଙ୍କୁ ଭିିଡିଓ କଲ୍ କରିଥିଲେ।
ଉଭୟ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ଲଗାତାର ଝଗଡ଼ା ହେଉଥିଲା। ଯାହାଫଳରେ ତାଙ୍କ ପ୍ରେମିକ ଆଦିତ୍ୟ ଦିଲ୍ଲୀ ଛାଡ଼ିବାର ନିଷ୍ପତ୍ତି ନେଇଥିଲେ। ମାତ୍ର ସୃଷ୍ଟି ତାଙ୍କ ପ୍ରେମିକଙ୍କୁ ତାଙ୍କ ସହ ଆଉ କିଛି ଦିନ ରହିବାକୁ ବାଧ୍ୟ କରୁଥିଲେ।
ଏପରିକି ସୃଷ୍ଟି ଆତ୍ମହତ୍ୟା କରିବାକୁ ଧମକ ଦେଇଥିବା ପରେ ବି ଆଦିତ୍ୟ ତାଙ୍କ ମତ ପରିବର୍ତ୍ତନ କରିନଥିଲେ। ଏପରିକି ସେ ଦଉଡ଼ି ଦେବାକୁ ଯାଉଛନ୍ତି ବୋଲି କହିକି ତାଙ୍କୁ ଭିଡିଓ କଲ୍ ବି କରିଥିଲେ। ସେହି ଭିଡିଓ କଲ୍କୁ ଆଦିତ୍ୟ ଚତୁରତାର ସହ ଡିଲିଟ୍ କରି ଦେଇଥିଲେ ବି ପୁଲିସ୍ ଘଟଣାର ଖୋଳତାଢ଼ କରି ଏବେ ସେହି ତଥ୍ୟ ଖୋଜିବାକୁ ଆଦିତ୍ୟଙ୍କ ଫୋନକୁ ଫୋରେନସିକ୍ ବିଶେଷଜ୍ଞଙ୍କ ନିକଟକୁ ପଠାଯାଇଛି।
ପୁଲିସ ସୂତ୍ର ଅନୁଯାୟୀ, ମୃତ୍ୟୁ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରାୟ ୧୦-୧୧ ଥର ଫୋନ୍ କଲ ହୋଇଥିଲା। ଏହା ବ୍ୟତୀତ ସୃଷ୍ଟିଙ୍କ ଫୋନରେ ଅନେକ ମିସ୍ କଲ ଆସିଥିଲା। ଆଦିତ୍ୟ ଦାବି କରିଛନ୍ତି ଯେ ସେ ସୃଷ୍ଟିଙ୍କୁ ଘରକୁ ଫେରିବା ବେଳେ ବାରମ୍ବାର ଡାଏଲ କରି କୌଣସି କଠୋର ପଦକ୍ଷେପ ନନେବାକୁ କହିଥିଲେ।
ପୁଲିସର ସୂଚନାନୁସାରେ, ପ୍ରୀଡ଼ିତା ସୃଷ୍ଟି ତୁଲି ଉତ୍ତରପ୍ରଦେଶର ଗୋରଖପୁରର ଥିଲେ ଏବଂ ସେ ଆଦିତ୍ୟଙ୍କୁ ଭଲପାଉଥିଲେ। ମାତ୍ର ଆଦିତ୍ୟ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/29/p9dzKE4hfD5QY39F96pO.jpg)