ଜୟପୁର: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଆଜି ତାଙ୍କ ନିଜ ସରକାର ବିରୋଧରେ ଅଜମେରରୁ ୫ ଦିନିଆ ‘ଜନ ସଂଘର୍ଷ ଯାତ୍ରା’ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ଆଣି ପାଇଲଟ୍ ଆଜି ୧୨୫ କିମି ଯାତ୍ରା ଆରମ୍ଭ କରିବା ପୂର୍ବରୁ ଅଜମେରର ଜୟପୁର ରାଜପଥରେ ଆଜି ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଥିଲେ। ବିଭିନ୍ନ ସରକାରୀ ଚାକିରି ନିଯୁକ୍ତି କ୍ଷେତ୍ରରେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଏବଂ ସରକାରୀ ଯୋଜନାଗୁଡ଼ିକରେ ଦୁର୍ନୀତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ପାଇଲଟ କହିଛନ୍ତି, ଗତ କିଛି ଦିନ ତଳେ ପେପର୍ ଲିକ୍ ମାମଲାରେ ଗିରଫ ହୋଇଥିବା ରାଜସ୍ଥାନ ପବ୍ଲିକ ସର୍ଭିସ କମିସନ ସଦସ୍ୟଙ୍କ ବିରୋଧରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉନି। ପାଇଲଟଙ୍କର ଏହି ଯାତ୍ରା କଂଗ୍ରେସ ଦଳର ଅଡ଼ୁଆ ବଢ଼ାଇଛି। ପାଇଲଟ କହିଛନ୍ତି, ମୋର ସ୍ବର ଉତ୍ତୋଳନ କରିବାପାଇଁ, ଆପଣଙ୍କ କଥା ଶୁଣିବାପାଇଁ ଏବଂ ଲୋକଙ୍କର ସ୍ବର ପାଲଟିବାପାଇଁ ମୁଁ ଏହି ଯାତ୍ରା ଆରମ୍ଭ କରିଛି।
ଗେହଲଟ ସରକାର ବିରୋଧରେ ପାଇଲଟଙ୍କ ୫ ଦିନିଆ ଯାତ୍ରା ଆରମ୍ଭ
/sambad/media/post_attachments/wp-content/uploads/2023/05/4fhf4sh654h65sfhhf.jpg)