ନୂଆଦିଲ୍ଲୀ: ସୋମବାର ଦିନ ସୁଦାନର ଖାତୌମ୍ରୁ ଇଥିଓପିଆର ରାଜଧାନୀ ଆଦିସ୍ ଆବାବାକୁ ବିମାନ ଚଳାଇ ଯାଉଥିବା ଦୁଇଜଣ ପାଇଲଟ୍ ଶୋଇପଡ଼ିବାରୁ ନିର୍ଦ୍ଧାରିତ ବିମାନ ବନ୍ଦରରେ ବିମାନ ଅବତରଣ କରାଇ ନ ଥିବା କଥା ‘ଏଭିଏସନ୍ ହେରାଲ୍ଡ୍’ ରିପୋର୍ଟ କରିଛି।
ବିମାନ ବନ୍ଦର ଉପରେ ପହଞ୍ଚି ସୁଦ୍ଧା ‘ଇଟି୩୪୩’ ବିମାନ ତଳକୁ ନ ଓହ୍ଲାଇବାରୁ ‘ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍’ ସତର୍କ ସୂଚନା ବଜାଇଥିଲା। ଏହା ପୂର୍ବରୁ ‘ଏଟିସି’ ବିମାନର ପାଇଲଟ୍ମାନଙ୍କୁ ଅନେକ ଥର ଯୋଗାଯୋଗ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା।
Image Courtesy of Mirrorପାଇଲଟ୍ ଦୁଇଜଣ ଶୋଇ ପଡ଼ିଥିବା ବେଳେ ଉକ୍ତ ‘ବୋଇଙ୍ଗ୍ ୭୩୭’ ବିମାନର ‘ଅଟୋପାଇଲଟ୍ ସିଷ୍ଟମ୍’ ବିମାନଟିକୁ ୩୭,୦୦୦ ଫୁଟ୍ ଉପରେ ଉଡ଼ାଇ ରଖିଥିଲା ବୋଲି ‘ଏଭିଏସନ୍ ହେରାଲ୍ଡ୍’ ରିପୋର୍ଟରେ ଉଲ୍ଲେଖ ଅଛି। ଏହାଛଡ଼ା, ଅବତରଣ କରିବା ପରେ ବିମାନ ବନ୍ଦରରେ ପ୍ରାୟ ଅଢ଼େଇ ଘଣ୍ଟା ରହିବା ପରେ ଉଡ଼ାଣ ଆରମ୍ଭ କରିଥିଲା।
ପରେ, ଅବତରଣ କରିବାକୁ ଥିବା ରନ୍ୱେ ଉପର ଦେଇ ସେ ବିମାନଟି ଉଡ଼ିଯିବା ବେଳେ ଅଟୋପାଇଲଟ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ବିମାନ ଭିତରେ ଆଲାର୍ମ ବାଜି ଉଠିଲା ଓ ଦୁଇ ପାଇଲଟ୍ଙ୍କର ନିଦ ଭାଙ୍ଗିଗଲା ବୋଲି ‘ଏଭିଏସନ୍ ହେରାଲ୍ଡ୍’ କହିଛି।
ଏହାପରେ ପାଇଲଟ୍ମାନେ ବିମାନଟିକୁ ବୁଲାଇ ବୁଲାଇ ୨୫ ମିନିଟ୍ ପରେ ରନ୍ୱେରେ ଅବତରଣ କରାଇଥିଲେ। ସୌଭାଗ୍ୟକୁ ବିମାନଟି ନିରାପଦରେ ଅବତରଣ କଲା। ସେଥିରେ ଥିବା କୌଣସି ବ୍ୟକ୍ତି ମଧ୍ୟ ଆଘାତ ପାଇ ନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/F.jpg)