କରୋନା ଟିକା ନେବା ପରେ ୪୮ଘଣ୍ଟା ପର୍ଯ୍ୟନ୍ତ ଉଡ଼ାଣ କାର୍ଯ୍ୟ ପୁନଃ ଆରମ୍ଭ କରିପାରିବେ ନାହିଁ ପାଇଲଟ୍ ଏବଂ କ୍ୟାବିନ କ୍ରୁ

ନୂଆଦିଲ୍ଲୀ: ବିମାନ ଚଳାଚଳ ନିୟନ୍ତ୍ରକ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ମଙ୍ଗଳବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି। କରୋନା ଟିକା ନେବାର ତୁରନ୍ତ ପରେ ପାଇଲଟ ଏବଂ କ୍ୟାବିନ କ୍ରୁ ସଦସ୍ୟମାନେ ବିମାନ ଉଡ଼ାଇପାରିବେ ନାହିଁ। ଟିକା ନେବାର ୪୮ଘଣ୍ଟା ପରେ ହିଁ ସେମାନଙ୍କୁ ବିମାନ ଉଡ଼ାଇବା ପାଇଁ ଅନୁମତି ମିଳିବ ବୋଲି ଆଜି ଡିଜିସିଏ ପକ୍ଷରୁ ଘୋଷଣା କରାଯାଇଛି।

Pilots, cabin crew won't fly for 48 hours after getting Covid vaccine: DGCA  | Business Standard News
Business Standard

ଡିଜିସିଏ ସର୍କୁଲାର ଜାରି କରି କହିଛି ଯେ, ଯଦି ଟିକା ନେବାର ୪୮ଘଣ୍ଟା ପରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥାଏ, ତେବେ ବିମାନ କର୍ମଚାରୀ (ଯେଉଁଥିରେ ପାଇଲଟ୍ ଏବଂ କ୍ୟାବିନ କ୍ରୁ ଅନ୍ତର୍ଭୁକ୍ତ) ଉଡ଼ାଣ କାର୍ଯ୍ୟ ପୁନଃ ଆରମ୍ଭ କରିପାରିବେ। ଟିକା ନେବାର ୩୦ମିନିଟ ପର୍ଯ୍ୟନ୍ତ ପାଇଲଟ୍ ଏବଂ କ୍ୟାବିନ କ୍ରୁ ସଦସ୍ୟଙ୍କୁ ଟିକାକରଣ କେନ୍ଦ୍ରରେ ରଖାଯିବ। ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ସେମାନଙ୍କ ଚିକିତ୍ସା କରାଯିବା ସହ ପାର୍ଶ୍ବ ପ୍ରତିକ୍ରିୟା ନଥିଲେ ସେମାନଙ୍କୁ ୩୦ମିନିଟ ପରେ ଛାଡ଼ିଦିଆଯିବ। ଯଦି ୪୮ଘଣ୍ଟା ପରେ ପାଇଲଟ୍ ପାର୍ଶ୍ବ ପ୍ରତିକ୍ରିୟାର କୌଣସି ଲକ୍ଷଣ ଅନୁଭବ କରନ୍ତି, ତେବେ ଡାକ୍ତର ଚିକିତ୍ସା କରି ଏହାର ସମୀକ୍ଷା କରିବେ ବୋଲି ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର