ଓଡ଼ିଶାରୁ ୮ ଜଣଙ୍କୁ ଶ୍ରମଭୂଷଣ, ୬ ଜଣଙ୍କୁ ଶ୍ରମବୀର, ୫ ଜଣଙ୍କୁ ଶ୍ରମଶ୍ରୀ ପୁରସ୍କାର

ପ୍ରଧାନମନ୍ତ୍ରୀ ଶ୍ରମ ପୁରସ୍କାର- ୨୦୧୬

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଦ୍ୱାରା ଆଜି ପ୍ରଧାନମନ୍ତ୍ରୀ ଶ୍ରମ ପୁରସ୍କାର-୨୦୧୬ର ଘୋଷଣା କରାଯାଇଛି। ଶ୍ରମଭୂଷଣ, ଶ୍ରମବୀର ଓ ଶ୍ରମଶ୍ରୀ ପୁରସ୍କାର ପାଇଁ ୫୦ ଜଣଙ୍କୁ ଚୟନ କରାଯାଇଛି। ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୫୦ ଜଣଙ୍କ ମଧ୍ୟରେ ଓଡ଼ିଶାର ୧୯ ଜଣ ସାମିଲ୍‌ ଅଛନ୍ତି। ଶ୍ରମ ଭୂଷଣ ପୁରସ୍କାର ପାଇଁ ଚୟନ ହୋଇଥିବା ୮ ଓଡ଼ିଆମାନେ ହେଉଛନ୍ତି ସେଲ୍‌ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ର ସବିତା ପଣ୍ଡା, ରାଜକିଶୋର ସାହୁ, ବିରେନ୍ଦ୍ର କୁମାର ସାହୁ, ଜଶକେତନ ମିଶ୍ର, ନିରଞ୍ଜନ ମାଝି, ମନୋଜ କୁମାର ଘଡ଼େଇ, ରବିନ୍ଦ୍ର କୁମାର ବିଶୋଇ ଓ ସୁନାରାମ ମୁର୍ମୁ।

୬ ଜଣ ଶ୍ରମବୀର/ ବିରଙ୍ଗନା ପୁରସ୍କାର ପାଇଁ ଚୟନ ହୋଇଥିବା ସେଲ୍‌, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ର ବିଶ୍ୱନାଥ ମୁର୍ମୁ, ସଲମି ପନ୍ନା, ପ୍ରଫୁଲ୍ଲ କୁମାର ପାତ୍ର, ଆଦିତ୍ୟ ନାଏକ, ସଞ୍ଜୟ କୁମାର ସାହୁ ଓ ପାରାଦୀପ ଫସଫେଟ୍‌ ଲିମିଟେଡ୍‌ର ଦୈତାରୀ ବିନ୍ଧାଣୀ ଏବଂ ଶ୍ରମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୫ ଜଣ ଓଡ଼ିଆ ହେଲେ ସେଲ୍‌, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ର ଭୋଳାନାଥ ବେହେରା, ଅର୍ଜୁନଚରଣ ବେହେରା, ମନୋରଞ୍ଜନ ସାହୁ, ରମେଶ କୁମାର ନାୟକ ଓ ତାପସ ରଞ୍ଜନ ସାହୁ। ଶ୍ରମ ଭୂଷଣ ପୁରସ୍କାର ପାଇଁ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା, ଶ୍ରମବୀର/ବୀରାଙ୍ଗନା ପୁରସ୍କାର ପାଇଁ ୬୦ ହଜାର ଟଙ୍କା ଓ ଶ୍ରମଶ୍ରୀ ପୁରସ୍କାର ବାବଦରେ ୪୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥାଏ। ତେବେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ଶ୍ରମ ପୁରସ୍କାର ୨୦୧୬ରେ ମର୍ଯ୍ୟାଦାଜନକ ଶ୍ରମ ରତ୍ନ ପୁରସ୍କାର ଲାଗି କାହାକୁ ଚୟନ କରାଯାଇନାହିଁ।

ସମ୍ବନ୍ଧିତ ଖବର