ନୂଆଦିଲ୍ଲୀ: ସାଂସଦମାନଙ୍କୁ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମପିଲାଡ୍) ବାବାଦରେ ମିଳୁଥିବା ଅର୍ଥ ରାଶିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବା ନିଷ୍ପତ୍ତିକୁ ଆଜି ଲୋକସଭାରେ ବିଜେଡି ନେତା ପିନାକୀ ମିଶ୍ର ନାପସନ୍ଦ କରିଛନ୍ତି। ଏଥିସହିତ ସରକାରଙ୍କ ଏହି ନିଷ୍ପତ୍ତିକୁ ପୁନଃ ବିଚାର କରିବା ପାଇଁ କହିଛନ୍ତି। ଲୋକସଭାରେ ଆଜି ସାଂସଦଙ୍କ ବେତନ, ଭର୍ତ୍ତା, ପେନ୍ସନ ସମ୍ପନ୍ଧୀୟ (ସଂଶୋଧନ) ବିଲ୍ ୨୦୨୦ର ଆଲୋଚନାରେ ଭାଗ ନେଇ ପିନାକୀ ମିଶ୍ର କହିଥିଲେ, ସାଂସଦମାନଙ୍କର ବେତନ ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ ହ୍ରାସ କରିବାରେ ତାଙ୍କର କୌଣସି ଆପତ୍ତି ନାହିଁ। ଅପରପକ୍ଷେ ସାଂସଦମାନଙ୍କର ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମଟିଲାଡ୍) ଦୁଇ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ କରାଯିବା ସାଂସଦମାନଙ୍କୁ ସଶକ୍ତ କରାଯିବାରୁ ବଞ୍ଚିତ କରାଯାଉଛି । ଓଡ଼ିଶା ସମେତ ଅନେକ ରାଜ୍ୟରେ ବିଧାୟକ ପାଣ୍ଠିର କାଟ୍ ହୋଇନାହିଁ। ତେଣୁ ସରକାରଙ୍କ ଦ୍ୱାରା ଏମପିଲାଡ୍କୁ ଦୁଇ ବର୍ଷ ସ୍ଥଗିତ ରଖିବା ନିଷ୍ପତ୍ତିକୁ ପୁନଃବିଚାର ପାଇଁ ସେ ଦାବି କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ସରକାର କୋଭିଡ୍-୧୯ ବିରୋଧରେ ଲଢେଇରେ ଅର୍ଥ ବିନିଯୋଗ ଦୃଷ୍ଟିରୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ସାଂସଦମାନଙ୍କୁ ମିଳିବାକୁ ଏମ୍ପିଲାଡ୍କୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/pinaki.jpg)