ନୂଆଦିଲ୍ଲୀ: ଭାଇରାଲ ହେଉଛି ମହୁଆ-ପିନାକୀଙ୍କ ଡ୍ୟାନ୍ସ ଭିଡିଓ । ବିବାହ ଦିନ ଦୁହେଁ ବଲିଉଡ ଧୂନରେ ପାଦରେ ପାଦ ପକାଇ ନାଚୁଥିବାର ଭିଡିଓ ଏବେ ଭାଇରାଲ ହେଉଛି । ନିକଟରେ ଜର୍ମାନୀରେ ଟିଏମସି ସାଂସଦ ମହୁଆ ମୋଇତ୍ରା ଏବଂ ପୂର୍ବ ବିଜେଡି ସାଂସଦ ପିନାକୀ ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଉ ସେହି ଦିନ ଦୁହେଁ ହାତ ଧରାଧରି ହୋଇ ନାଚିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।
Mahua Moitra and her husband #PinakiMisra
— Kamalika Sengupta (@KamalikaSengupt) June 8, 2025
Politics aside, this is pure poetry in motion. @MahuaMoitra pic.twitter.com/3eR8rqZXe7
ମହୁଆ ଫିକା ଗୋଲାପୀ ରଙ୍ଗର ବନାରସୀ ଶାଢ଼ି ଏବଂ ପିନାକୀ କୁର୍ତ୍ତା ପିନ୍ଧି ହାତ ଧରାଧରି ହୋଇ ନାଚୁଛନ୍ତି । ବିବାହ ପୂର୍ବର ଏହି ଭିଡିଓରେ ନବଦମ୍ପତି ଖୁସିରେ ନାଚୁଥିବା ନଜର ଆସୁଛନ୍ତି । ଦୁହିଁଙ୍କ ଭିତରର କେମେଷ୍ଟ୍ରିକୁ ସୋସିଆଲ୍ ମିଡିଆ ୟୁଜର୍ସ ବେଶ୍ ପସନ୍ଦ କରୁଛନ୍ତି । ମହୁଆ ମୋଇତ୍ରା ବିବାହ ସମୟର ଏହି ସ୍ମରଣୀୟ ମୁହୂର୍ତ୍ତକୁ ନିଜ ସୋସିଆଲ୍ ମିଡିଆ ଷ୍ଟାଟସରେ ସେୟାର୍ କରିଛନ୍ତି । ଭିଡିଓଟି ପୋଷ୍ଟ୍ ହେବା କ୍ଷଣି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ଏହି ସ୍ମରଣୀୟ ମୂହୁର୍ତ୍ତରେ ମହୁଆ ବନାରସୀ ସିଲ୍କ ଶାଢ଼ି ପିନ୍ଧି ଖୁବ୍ ସୁନ୍ଦର ଦିଶୁଛନ୍ତି । ସୁନେଲି ଜରି କାମ ହୋଇଥିବା ଶାଢ଼ି ସହ ପାରମ୍ପରିକ ସୁନାଗହଣା ପିନ୍ଧି ନାଚୁଛନ୍ତି ମହୁଆ । ପିନାକୀ ମଧ୍ୟ ମହୁଆଙ୍କ ଶାଢ଼ିକୁ ମ୍ୟାଚ କଲା ପରି ଫିକା ଗୋଲାପୀ ରଙ୍ଗର ନେହରୁ ଜ୍ୟାକେଟ୍ ଏବଂ କୁର୍ତ୍ତା ପିନ୍ଧିଛନ୍ତି । ମହୁଆ ଏବଂ ପିନାକୀଙ୍କ ଏହି ଯୋଡ଼ିକୁ ରାଜନୀତି ମହଲ ସହ ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ପସନ୍ଦ କରାଯାଉଛି ।