ଲକ୍ଷ୍ନୌ: ହନିମୁନ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଏକ ରୋଚକ ଖବର । ସ୍ବାମୀ ହତ୍ୟାକାରୀ ସୋନମଙ୍କୁ ନେଇ ଏହି ଖବର ହୋଇଥିବା ବେଳେ ଏହା ସବୁଠି ଚର୍ଚ୍ଚାରେ ରହିଛି । ହନିମୁନକୁ ନେଇ ସ୍ବାମୀଙ୍କୁ ହତ୍ୟା କରିଥିବା ସୋନମ ରଘୁବଂଶୀଙ୍କ ହୋଇଛି ଶ୍ରାଦ୍ଧ । ବଞ୍ଚି ଥାଉ ଥାଉ ବାରଣାସୀ ଘାଟରେ କିଛି ମହିଳା ସୋନମଙ୍କୁ ପିଣ୍ଡ ଦାନ କରିଛନ୍ତି । ପୂଜକଙ୍କୁ ନେଇ ଯେମିତି ପିଣ୍ଡଦାନ କରାଯାଏ ଠିକ୍ ସେମିତି ସ୍ବାମୀ ହତ୍ୟାରେ ଅଭିଯୁକ୍ତ ଥିବା ସୋନମଙ୍କ ଫଟୋ ରଖି ପିଣ୍ଡଦାନ କରିଛନ୍ତି କିଛି ମହିଳା ।

Advertisment

ayd

ପିଣ୍ଡଦାନ ପରେ ପିଣ୍ଡକୁ ଗଙ୍ଗାରେ ଭସାଇଦେବା ସହ ସୋନମଙ୍କ ପୋଷ୍ଟରକୁ ନିଆଁରେ ଜାଳିଦେଇଥିଲେ ମହିଳା । କହିଥିଲେ- ସୋନମ ନାରୀ ଜାତି ପାଇଁ କଳଙ୍କ । ତା ପାଇଁ ସାରା ନାରୀ ଜାତି ଅପମାନିତ ହେଉଛି । ସୋନମ ପାଇଁ ଅନ୍ୟ ନାରୀଙ୍କୁ ସନ୍ଦେହ ଆଖିରେ ଦେଖାଯାଉଛି । ତେଣୁ ତାକୁ ସମାଜରୁ ବହିଷ୍କାର କରାଗଲା ବୋଲି ମହିଳା କହିଛନ୍ତି । ତେବେ ବାରଣାସୀରେ ସୋନମଙ୍କ ସହ ତାଙ୍କ ମୃତ ସ୍ବାମୀ ରାଜାଙ୍କର ବି ପିଣ୍ଡଦାନ କରି ଆତ୍ମାର ଶାନ୍ତି ପାଇଁ ଈଶ୍ବରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ମହିଳା ।