ନୂଆଦିଲ୍ଲୀ: ଉତ୍ତର କୋରିଆର ହାମଗୟୁଆନ ଅଞ୍ଚଳ | ଏହି ଅଂଚଳରେ ଏମିତି ଏକ ଛତୁ ମିଳେ ଯାହାର ମୂଲ୍ୟ କିଲୋ ପିଛା ପ୍ରାୟ ୨୦ ହଜାର ଟଙ୍କା | ଏହି ଛତୁ ଦେବଦାରୁ ଗଛ ତଳେ ମିଳୁଥିବାବେଳେ ଏହି ଛତୁକୁ ଖୋଜି ପାଇବା କାଠିକର ପାଠ ହୋଇପଡ଼ିଥାଏ | କାରଣ ଏହି ଛତୁକୁ ଦେବଦାରୁ ଗଛ ମୂଳରୁ ଖୋଜିବା ପାଇଁ ପର୍ଯ୍ୟାପ୍ତ ଅଭିଜ୍ଞତାର ଆବଶ୍ୟକତା ପଡିଥାଏ | ଯେଉଁମାନଙ୍କର ଅନୁଭୂତି କମ ଥାଏ, ଦିନ ଯାକ ଛତୁ ଖୋଜିଲେ ବି ସେମାନଙ୍କୁ କିଛି ମିଳିପାରି ନଥାଏ | ଉତ୍ତର କୋରିଆର ମାଉଣ୍ଟ ଚିଲବୋରେ ଏହି ଛତୁ ପର୍ଯ୍ୟାପ୍ତ ପରିମାଣର ମିଳୁଥିବାବେଳେ ଏହି ଛତୁ ଯେତେ ତାଜା ହୋଇଥାଏ ସେତେ ମୂଲ୍ୟ ବଢିଥାଏ | କିନ୍ତୁ ଏହି ଛତୁ ତୋଳାଯିବାର ଅଳ୍ପ କିଛି ସମୟ ମଧ୍ୟରେ ଖରାପ ହୋଇଯିବାର ମଧ୍ୟ ଆଶଙ୍କା ଥାଏ | ଏହି ଛତୁ ଉତ୍ତର କୋରିଆରୁ ଜାପାନ, ଚୀନ ଓ ୟୁରୋପକୁ ରପ୍ତାନି କରାଯାଇଥାଏ |

Advertisment

publive-image photo-http://www.asahi.com/

କାହିଁକି ମୂଲ୍ୟବାନ ହୋଇଥାଏ ଏହି ଛତୁ ?
ଏହି ଛତୁ ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାବେଳେ ଅନେକ ଔଷଧୀୟ ଗୁଣ ଏଥିରେ ଭରପୁର ହୋଇ ରହିଥାଏ | ସେଥିପାଇଁ ତ ଏହି ଛତୁର ୧୦୦ ଗ୍ରାମ ପିଛା ମୂଲ୍ୟ ୨ ହଜାର ଟଙ୍କା ବା ତା ଠାରୁ ଅଧିକ ରହିଥାଏ | ଅନ୍ୟପଟେ ଏହି ଛତୁ ସମସ୍ତଙ୍କୁ ମିଳିପାରି ନଥାଏ | ଖୁବ କମ ଲୋକଙ୍କୁ ଏହା ମିଳିଥାଏ | ଦେବଦାରୁ ଗଛ ମୂଳରେ ବର୍ଷକର ମାତ୍ରା କିଛି ଦିନ ପାଇଁ ଏହି ଛତୁ ହିଁ ମିଳିପାରିଥାଏ | ତେଣୁ ବିଶ୍ୱରେ ମିଳୁଥିବା ଅନ୍ୟ ଛତୁଠାରୁ ଏହାର ମୂଲ୍ୟ ଅଧିକ ରହିଥାଏ |