ଆଙ୍ଗୋଲାରୁ ବାହାରିଲା ସବୁଠାରୁ ବଡ଼ ଗୋଲାପୀ ହୀରା

ଲୁଆଣ୍ଡା : ଆଫ୍ରିକୀୟ ଦେଶ ଆଙ୍ଗୋଲାରେ ଆବିଷ୍କୃତ ହୋଇଛି ବିଗତ ୩୦୦ ବର୍ଷରେ ଆବିଷ୍କୃତ ହୋଇଥିବାରୁ ସବୁଠାରୁ ବଡ଼ ତଥା ବିରଳ ଗୋଲାପୀ ହୀରା । ଏହାର ଓଜନ ରହିଛି ୧୭୦ କ୍ୟାରେଟ୍ ।

ଆଙ୍ଗାଲୋର ଉତ୍ତର-ପୂର୍ବାଞ୍ଚଳରେ ଥିବା ଲୁଲୋ ଖଣିରେ ଏହାକୁ ବୁଧବାର (ଜୁଲାଇ ୨୭)ରେ ଆବିଷ୍କାର କରାଯାଇଥିଲା । ଅଷ୍ଟ୍ରେଲିଆର ଲୁକାପା ଡାଇମଣ୍ଡ କମ୍ପାନି ପକ୍ଷରୁ ଏହି ହୀରାକୁ ଖନନ କରାଯାଇଛି । ଏହାର ନାମ ରଖାଯାଇଛି ଲୁଲୋ ରୋଜ୍ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆବିଷ୍କୃତ ହୀରାଟି ହେଉଛି ଏକ ଟାଇପ-ଟୁଏ ହୀରା । ସରଳ ଭାଷାରେ କହିଲେ ପୃଥିବୀ ପୃଷ୍ଠରେ ପ୍ରାକୃତିକଭାବେ ମିଳୁଥିବା କେତେକ ଅତି ଶୁଦ୍ଧ ଓ ବିର​ଳ ପ୍ରକାରର ହୀରା ମଧ୍ୟରୁ ଏହା ଅନ୍ୟତମ । ଏହି ହୀରା ମିଳିବାକୁ ନେଇ ଆଙ୍ଗୋଲା ସରକାର ଆନନ୍ଦ ପ୍ରକାଶ କରିଛନ୍ତି । ଆଙ୍ଗୋଲାର ଖଣି ମନ୍ତ୍ରୀ କହିଛନ୍ତି ଯେ ଏପରି ହୀରା ମିଳିବା ସମଗ୍ର ବିଶ୍ବରେ ଆଙ୍ଗୋଲାକୁ ଏକ ପ୍ରମୁଖ ଖଣି ଭିତ୍ତିକ ଦେଶରେ ପରିଣତ କରିଛି ।

ଏହି ହୀରାର ମୂଲ୍ୟାଙ୍କନ କରାଯାଇନଥିବେ ବି ଏହା ଯେ ବିପୁଳ ପରିମାଣରେ ନିଲାମ ହେବ ତାହା ନିଶ୍ଚିତ ହୋଇଯାଇଛି । ୨୦୧୭ରେ ଏହି ଖଣିରୁ ବାହାରିଥିବା ୫୯.୬ କ୍ୟାରେଟର ଏକ ଗୋଲାପୀ ହୀରା ରେକର୍ଡ ୭୧.୨ ନିୟୁତ ଡଲାରରେ ବିକ୍ରି ହୋଇଥିଲା । ଏଣୁ ବୁଧବାର ମିଳିଥିବା ୧୭୦ କ୍ୟାରେଟର ହୀରାର ମୂଲ୍ୟ କେତେ ହେବ ତାହା ସହଜେ ଅନୁମେୟ ।

 

ସମ୍ବନ୍ଧିତ ଖବର