ନୂଆଦିଲ୍ଲୀ: କଣ୍ଢେଇ ବିକ୍ରୟ କରି କୋଟି କୋଟି ଟଙ୍କା ଉପାର୍ଜନ କରୁଥିବା ୧୦ ବର୍ଷୀୟ ବାଳିକା ପିକ୍ସି କର୍ଟିସ୍ ଆସନ୍ତା ୫ ବର୍ଷରେ ଅର୍ଥାତ୍ ୧୫ ବର୍ଷ ବୟସରେ ଅବସର ଗ୍ରହଣ କରିପାରନ୍ତି। ମାଆଙ୍କ ସହାୟତାରେ କର୍ଟିସ୍ ମାର୍ଚ ୨୦୨୧ରେ ‘ପିକ୍ସିଜ୍ ଫିଜେଟ୍ସ୍’ ନାମରେ ଖେଳନା କମ୍ପାନିଟିଏ ସ୍ଥାପନ କରିଥିଲେ।
ସିଡ୍ନିର ଭଉକ୍ଲୁଜ୍ବାସିନୀ କଟିସ୍ ‘ପିକ୍ସିଜ୍ ବାଓଜ୍’ ନାମରେ କେଶସଜା ସାମଗ୍ରୀ ବ୍ୟବସାୟ ମଧ୍ୟ କରୁଛନ୍ତି। ୨୦୧୪ରେ ପିକ୍ସିଙ୍କୁ ମାତ୍ର ୨ ବର୍ଷ ହୋଇଥିବା ବେଳେ ତାଙ୍କ ମାଆ ଉକ୍ତ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ତାଲିକାଭୁକ୍ତ ହେବାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ‘ପିକ୍ସିଜ୍ ଫିଜେଟ୍ସ୍’ କଣ୍ଢେଇ ବିକ୍ରୟ ଆରମ୍ଭ କରିଥିଲା। ଖେଳନା ବ୍ୟବସାୟ ଆରମ୍ଭ ହେବାର ପ୍ରଥମ ମାସରେ ହିଁ କମ୍ପାନି ୨୦୦,୦୦୦ ଅଷ୍ଟ୍ରେଲୀୟ ଡଲାର୍ ଆୟ କରିଥିଲେ। ଭାରତୀୟ ମୁଦ୍ରା ହିସାବରେ ତାହା ହେବ ପ୍ରାୟ ୧.୦୭ କୋଟି ଟଙ୍କା।
Image Courtesy of Zee Newsଏତେ ସ୍ବଳ୍ପ ବୟସରେ ଏତେ ଧନ ଉପାର୍ଜନ କରିଥିବାରୁ ଝିଅ ୧୫ ବର୍ଷ ବୟସରେ ଅବସର ଗ୍ରହଣ କରିବ ବୋଲି ପିକ୍ସିଙ୍କ ମାଆ ରକ୍ସି ଜେସିଙ୍କୋ କହୁଛନ୍ତି। ସେ କହିଛନ୍ତି, ଆମ ପରିବାରରେ ଥଟ୍ଟାମଜାରେ କୁହାକୁହି ହେଉଛନ୍ତି ଯେ, ୧୦୦ ବର୍ଷ ହେବା ପର୍ଯ୍ୟନ୍ତ ମୁଁ କାମ କରିବି ଆଉ ପିକ୍ସି ୧୫ ବର୍ଷ ବୟସରେ ଅବସର ଗ୍ରହଣ କରିବ। ଦେଖନ୍ତୁ, କିଏ ଅଧିକ ଚତୁର।
ପିକ୍ସିଙ୍କ ବ୍ୟବସାୟ ପ୍ରତିଷ୍ଠାନ ବ୍ୟତୀତ, ଜେସିଙ୍କୋ ତାଙ୍କ ୭ ବର୍ଷିୟ ପୁଅ ହଣ୍ଟର୍ ପାଇଁ ମଧ୍ୟ ବ୍ୟବସାୟ ପ୍ରତିଷ୍ଠାନଟିଏ କରି ଦେଇଛନ୍ତି। ସେ କହନ୍ତି, ପିଲାଙ୍କ ପାଇଁ ବ୍ୟବସାୟ ପ୍ରତିଷ୍ଠାନ ସ୍ଥାପନ କଲେ ତାଙ୍କ ସହ ଅଧିକ ସମୟ ବିତାଇବାକୁ ମତେ ସୁଯୋଗ ମିଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Pixie-Curtis.jpg)