ରାହୁଲଙ୍କ ସମାଲୋଚନାକୁଗୋୟଲଙ୍କ ଜବାବ

ନୂଆଦିଲ୍ଲୀ: ଦ୍ରୁତଗାମୀ ଟ୍ରେନ୍-୧୮ ବା ‘ବନ୍ଦେ ଭାରତ’ ଏକ୍ସପ୍ରେସ ଟ୍ରେନ୍‌ ଉଦ୍‌ଘାଟିତ ହେବାର କେଇଘଣ୍ଟା ପରେ ଯାନ୍ତ୍ରିକ ତ୍ରୁଟିର ଶିକାର ହେବା ଘଟଣାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କରିଥିବା ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୂଷ ଗୋୟଲ। ଗୋୟଲ ଆଜି ଟ୍ବିଟ୍‌ କରି କହିଛନ୍ତି ଯେ ରାଏବରେଲି ସ୍ଥିତ ମଡର୍ଣ୍ଣ କୋଚ୍ ଫ୍ୟାକ୍ଟ୍ରିରେ କଂଗ୍ରେସ ଅମଳରେ ଅଳ୍ପ କିଛି ଖୁଚୁରା କାମ ହେଉଥିବା ବେଳେ ଆଗକୁ ସେଠାରେ ବୁଲେଟ୍‌ ‌‌ଟ୍ରେନ୍‌ ନିର୍ମାଣ ହେବ ।

ସମ୍ବନ୍ଧିତ ଖବର