ସଂସଦରେ କାମଚଳା ବଜେଟ୍‌ ଆଗତ : ଅର୍ଥମନ୍ତ୍ରୀ ବଖାଣିଲେ ସରକାରଙ୍କ ସଫଳତା; ଦେଖନ୍ତୁ ସିଧା ପ୍ରସାରଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍‌ ଆଗତ କରିଛନ୍ତି। ସରକାର ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୪ ମାସର ଖର୍ଚ ତୁଲାଇବା ପାଇଁ ଲେଖାନୁଦାନ ଆଗତ କରିଛନ୍ତି। ନିର୍ବାଚନ ପରେ ନୂଆ ସରକାର ଗଠନ ହେଲେ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତ କରିବେ। ସାଧାରଣ ବଜେଟ୍‌ ସହିତ ରେଳ ବଜେଟକୁ ମିଶାଇ ଦିଆଯାଇଥିବାରୁ ରେଳ ବିଭାଗର ବ୍ୟୟବରାଦ ନେଇ ଅନ୍ତରୀଣ ବଜେଟରେ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ଶ୍ରୀ ଗୋୟଲ।

ବଜେଟ ଅଭିଭାଷଣ ଅବସରରେ ଶ୍ରୀ ଗୋୟଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଏକ ସ୍ୱଚ୍ଛ ସରକାର ଦେଇଛନ୍ତି। ଭାରତର ଅର୍ଥବ୍ୟବସ୍ଥା ବର୍ତ୍ତମାନ ସବୁଠାରୁ ଦୃତଗତିରେ ଅଭିବୃଦ୍ଧି କରୁଥିବା ଅର୍ଥବ୍ୟବସ୍ଥା। ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ହେବ। ସରକାର ଏକ ୨୦୨୨ ସୁଦ୍ଧା ସମସ୍ତଙ୍କୁ ସରକାର ଗୃହ ଯୋଗାଇ ଦେବେ।

ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଅଭିଭାଷଣରେ ମୁଖ୍ୟତଃ  ମୋଦି ସରକାରଙ୍କ ସଫଳତାକୁ ଉପସ୍ଥାପିତ କରାଯାଇଛି । ସେ କହିଛନ୍ତି, ଦରବୃଦ୍ଧି ନିୟନ୍ତ୍ରଣ କରିବାରେ ଆମେ ସଫଳ ହୋଇପାରିଛୁ । ଦୁଇ ଅଙ୍କ ଛୁଇଁ ପାରିଛି ଭାରତର ଅଭିବୃଦ୍ଧି । ୨୦୨୨ ସୁଦ୍ଧା ନୂଆ ଭାରତ ଗଠନ କରିବାର ଉଦ୍ୟମ ଜାରି ରହିବ ।

ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଚାଷୀଙ୍କ ପାଇଁ ବଡ଼ ଘୋଷଣା ହୋଇଛି ବଜେଟରେ । ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି,  ଚାଷୀଙ୍କ ଆୟ ଦୁଇ ଗୁଣା ହୋଇଛି । ଦୁର୍ନୀତି କମିଛି । ଭାରତ ବିଶ୍ୱର ଷଷ୍ଠ ବୃହତ୍ତ୍ ଅର୍ଥନୀତି । ୫ ବର୍ଷରେ ବିଦେଶୀ ପୁଞ୍ଜିନିବେଶରେ ବଡ଼ ଧରଣର ବୃଦ୍ଧି ଆସିଛି । ଏନପିଏ କମ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି  ବୋଲି ସେ ପ୍ରକାଶ କରିଛନ୍ତି।

୨ ହେକ୍ଟରରୁ କମ୍ ଜମି ଥିବା ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ମିଳିବ । ପାଖାପାଖି ୧୨ କୋଟି ଚାଷୀ ଉପକୃତ ହେବେ । ୧ ଡିସେମ୍ବର ୨୦୧୮ରୁ ଲାଗୁ ହେବ ନିୟମ ।  ପିଏମ କିଷାନ ଯୋଜନାରେ ଲାଭ ପାଇବେ ଚାଷୀ । ୧ ଡିସେମ୍ବର ୨୦୧୮ରୁ ଲାଗୁ ହେବ ନିୟମ । ପ୍ରଥମ କିସ୍ତିରେ ୨ ହଜାର ଟଙ୍କା ପଠାଯିବ ।

ଗୋମାତା ସୁରକ୍ଷା ପାଇଁ ଗଠନ ହେବ ରାଷ୍ଟ୍ରୀୟ କାମଧେନୁ ଆୟୋଗ । କାମଧେନୁ ଯୋଜନାରେ ୭୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ପଶୁପାଳନ ପାଇଁ ଋଣ ଉପରେ ସୁଧରେ ୨ ପ୍ରତିଶତ ରିହାତି ମିଳିବ ।

ଶ୍ରମିକଙ୍କ ଲାଗି ପେନସନ୍

ଅଣସଂଗଠିକ ଶ୍ରମିକଙ୍କ ପାଇଁ ବୃଦ୍ଧାବସ୍ଥା ପେନସନ୍ । ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ନିଯୋଗ ଯୋଜନାରେ ଶ୍ରମିକଙ୍କୁ ମିଳିବ ଲାଭ । ମାସିକ ୧୫ ହଜାର ରୋଜଗାର କରୁଥିବା ଶ୍ରମିକଙ୍କୁ ମିଳିବ ପେନସନ୍  । ଶ୍ରମିକଙ୍କ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ ଟଙ୍କାର ମିଳିବ କ୍ଷତିପୂରଣ ।

ମୋବାଇଲ ନେଟୱର୍କ ବଢ଼ିଛି ଓ କଲ୍ ଦର କମିଛି

 ଗତ ୫ ବର୍ଷରେ ମୋବାଇଲ ନେଟୱର୍କ ଦୁଇ ଗୁଣା ବଢ଼ିଛି । ମୋବାଇଲ୍ ଡାଟା ଓ ଭଏସ୍ କଲ୍ ଦର ଯଥେଷ୍ଟ କମିଛି । ଦେଶର ଗାଁ ଗୁଡ଼ିକୁ ଡିଜିଟାଲ ଗାଁ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ଆଗାମୀ ୫ ବର୍ଷରେ ଏକ ଲକ୍ଷ ଡିଜିଟାଲ ଗାଁ କରିବା ପାଇଁ ଲକ୍ଷ୍ୟ । ମେକ୍ ଇନ୍ ଇଣ୍ଡିଆ ଯୋଗୁଁ ମୋବାଇଲ୍ କମ୍ପାନୀ ସଂଖ୍ୟା କମିଛି ।

ମହିଳାଙ୍କୁ ମିଳିଛି ବହୁ ସୁବିଧା 

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୭୫% ହେଉଛନ୍ତି ମହିଳା। ପ୍ରଧାନମନ୍ତ୍ରୀ ମାତୃତ୍ୱ ଯୋଜନାରେ ମହିଳାମାନଙ୍କୁ ୨୬ ସପ୍ତାହ ମାତୃତ୍ୱକାଳୀନ ଛୁଟି ମିଳୁଛି । ସୁଦ୍ଧ ଇନ୍ଧନ ଓ ସ୍ୱାସ୍ଥ୍ୟ ଲାଗି ଗ୍ରାମୀଣ ପରିବାରଗୁଡ଼ିକୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮ କୋଟି ମାଗଣା ଏଲ୍‌ପିଜି ସଂଯୋଗ ଦିଆଯିବ। ଏପର୍ଯ୍ୟନ୍ତ ୬ କୋଟି ସଂଯୋଗ ଦିଆ ଗଲାଣି ।

ବଢ଼ିଛି କରଦାତାଙ୍କ ସଂଖ୍ୟା ଓ କର ଆଦାୟ

ଦେଶରେ ଏବେ ଟିକସ ଆଦାୟ ବଢ଼ିଛି । ୨୪ ଘଣ୍ଟାରେ  ଆଇଟି ରିଟର୍ଣ୍ଣ ପ୍ରୋସେସ୍ ହେଉଛି । ୨୦୧୪ରେ ଟିକସ ଆଦାୟ ପରିମାଣ ୬ ଲକ୍ଷ ୩୮କାଟି ଥିଲା । ବର୍ତ୍ତମାନ ତାହା ୧୨ ଲକ୍ଷ କୋଟିରେ ପହଞ୍ଚିଛି । ୨୦୧୪ରେ ଟିକସଦାତାଙ୍କ ସଂଖ୍ୟା ଥିଲା ୩.୭୯ କୋଟି । ଆଉ ଏବେ ଟିକସଦାତାଙ୍କ ସଂଖ୍ୟା ୬.୮୪ କୋଟିରେ ପହଞ୍ଚିଛି ।

ଜାନୁଆରି ୨୦୧୯ରେ ଜିଏସ୍ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି । ବାର୍ଷିକ ୫ କୋଟିରୁ କମ୍ କାରବାର ହେଉଥିବା ବ୍ୟବସାୟକୁ ପ୍ରତି ୩ ମାସରେ ରିଟର୍ଣ୍ଣ ଦାଖଲ କରିବାକୁ ଅନୁମତି ପାଇବେ। ଜାନୁଆରି ୨୦୧୯ରେ ଜିଏସ୍ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୯୦% ଜିଏସ୍ଟି ପୈଠକାରୀ। କ୍ରମାଗତ ଭାବେ ଜିଏସ୍ଟି ହ୍ରାସ ପାଉଥିବା ଯୋଗୁଁ ୮୦, ୦୦୦ କୋଟି ଗ୍ରାହକ ଆଶ୍ୱସ୍ତି ପାଇଛନ୍ତି। ଗରିବ ଓ ମଧ୍ୟମ ବର୍ଗର ଲୋକମାନଙ୍କ ନିତ୍ୟ ବ୍ୟବହାର‌୍ୟ୍ୟ ପଦାର୍ଥଗୁଡ଼ିକୁ ୦% ରୁ ୫% ଟିକସ ବନ୍ଧନୀ ମଧ୍ୟରେ ରଖାଯାଇଛି।ରିୟଲ୍ ଇଷ୍ଟେଟ୍ କ୍ଷେତ୍ରରେ ଥିବା ୧୮% ଥିବା ଜିଏସ୍ଟି ହ୍ରାସ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବ ବୋଲି ଗୋୟଲ୍ କହିଛନ୍ତି।

ଆୟକର ଛାଡ଼ ସୀମା ୫ ଲକ୍ଷକୁ ବଢ଼ିଲା

ସରକାରଙ୍କ ବଡ଼ ଘୋଷଣା: ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କର ଦେବାକୁ ପଡ଼ିବ ନାହିଁ। ଅନ୍ୟାନ୍ୟ ନିବେଶ ଉପରେ ସାଢ଼େ ୬ ଲକ୍ଷ ପର୍ଯ୍ୟନ୍ତ ଟିକସ ରିହାତି । ଆଡ଼ିସନାଲ୍ ଡିଡ଼କସନ୍ ସୀମା ୨ ଲକ୍ଷକୁ ବୃଦ୍ଧି ।

ସମ୍ବନ୍ଧିତ ଖବର