ରେଳ ଷ୍ଟାଡିୟମ୍‌ରେ ରେଳମନ୍ତ୍ରୀଙ୍କୁ ରେଳ କର୍ମଚାରୀଙ୍କ ଆକ୍ରମଣ : ପୀୟୂଷ ହଟହଟା

ଲକ୍ଷ୍ନୌ : ଲକ୍ଷ୍ନୌ ଚାର୍‌ବାଗ ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ କେତେକ ରେଳ କର୍ମଚାରୀ ଆକ୍ରମଣ କରିଛନ୍ତି। କର୍ମଚାରୀ ସଂଘର ଶତାଧିକ ସଦସ୍ୟ ମନ୍ତ୍ରୀଙ୍କୁ ବିରୋଧ କରି ସ୍ଲୋଗାନ ଦେବା ସହ ସଭାସ୍ଥଳ ଆଡ଼କୁ ମାଡ଼ିଯିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। କର୍ମଚାରୀଙ୍କ ବିରୋଧକୁ ଦେଖି ରେଳମନ୍ତ୍ରୀ ଗୋଏଲ ତୁରନ୍ତ ସଭାସ୍ଥଳ ଛାଡ଼ିବାକୁ ଚାହିଥିଲେ। ତେବେ ସଭାସ୍ଥଳ ଛାଡ଼ିବା ପୂର୍ବରୁ ରେଳମନ୍ତ୍ରୀଙ୍କ କାର୍‌ ଉପରେ ଆକ୍ରମଣ ହୋଇଥିଲା। ଗୋଏଲ କାର୍‌ରେ ପଶିବା ପୂର୍ବରୁ ଜଣେ କର୍ମଚାରୀ ତାଙ୍କୁ ଧକ୍କା ମାରିଥିଲେ ଏବଂ ଆଉ ଜଣେ କର୍ମଚାରୀ ତାଙ୍କ ଉପରକୁ ଏକ ଫୁଲକୁଣ୍ଡ ଫୋପାଡ଼ି ଥିଲେ।

ଏଥିରେ ଗୋଏଲଙ୍କ ଜଣେ ସୁରକ୍ଷା କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ତେବେ ସୁରକ୍ଷାକର୍ମୀମାନେ ବହୁ କଷ୍ଟରେ ପରିସ୍ଥିତିକୁ ନିୟନ୍ତ୍ରଣ କରି ଗୋଏଲଙ୍କୁ ସୁରକ୍ଷିତ ବାହାର କରିବାରେ ସକ୍ଷମ ହୋଇଥିଲେ। ତେବେ ରେଳମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏଭଳି ହିଂସାତ୍ମକ ପ୍ରଦର୍ଶନ ଏବଂ ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କର୍ମଚାରୀମାନେ ସେମାନଙ୍କ ଦାବି ପୂରଣ ପାଇଁ ଏଭଳି କରିଥିବା କହିଥି‌ବା ବେଳେ ଏହା ପଛରେ କୌଣସି ଗୋଷ୍ଠୀର ଷଡ଼ଯନ୍ତ୍ର ଥିବା ମଧ୍ୟ କୁହାଯାଉଛି । ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିବା ସହ ୩୦ରୁ ଅଧିକ ହିଂସା ସୃଷ୍ଟିକାରୀଙ୍କୁ ଚିହ୍ନଟ କରିଛି।

ସମ୍ବନ୍ଧିତ ଖବର