ଗୋଏଲଙ୍କୁ ପୁଣି ଅର୍ଥ ବିଭାଗ

ଜେଟଲୀ ଫେରିବାରେ ବିଳମ୍ବ ହେବ, କାମଚଳା ବଜେଟ୍‌ ଉପସ୍ଥାପନ କରିବେ ଗୋ‌ଏଲ

ନୂଆଦିଲ୍ଲୀ : ଅସୁସ୍ଥ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କର ଏବେ ଆମେରିକ‌ାରେ ଚିକତ୍ସା ଚାଲିଛି। ତାଙ୍କ ଫେରିବ‌ାରେ ବିଳମ୍ବ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ‌େରଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପୁଣି ଅର୍ଥ ବିଭା‌ଗ ଦାୟିତ୍ବ ଦିଆଯାଇଛି। ଆସନ୍ତା ଫେବୃଆରୀ ପହିଲା ତାରିଖରେ ଉପସ୍ଥାପିତ ହେବାକୁ ଥିବା କାମଚଳା ବଜେଟ ସେ ଉପସ୍ଥାପନ କରିବେ। ଜେଟଲୀ ଏବେ ବିଭାଗ ବିହୀନ ମନ୍ତ୍ରୀ ହୋଇ ରହିବେ। ସେ ଅସୁସ୍ଥ ଥିବା ପର୍ଯ୍ୟନ୍ତ କିମ୍ବା ପୁଣି ଦାୟିତ୍ବ ଗ୍ରହଣ କରିବା ପର୍ଯ୍ୟନ୍ତ ପୀୟୂଷ ଅର୍ଥ ଏବଂ କଂପାନୀ ବ୍ୟାପାର ଦାୟିତ୍ବରେ ରହିବେ। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ବିବୃତିରେ ଏହା କୁହାଯାଇଛି। ନିଜ ବିଭାଗ ସହିତ ପୀୟୂଷ ଏହି ବିଭାଗର ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ।

ପୀୟୂଷଙ୍କୁ ଦ୍ବିତୀୟ ଥର ଲାଗି ଅର୍ଥ ବିଭାଗର ଦାୟିତ୍ବ ମିଳିଛି। ଗତବର୍ଷ କିଡନି ପ୍ରତିରୋପଣ ଯୋଗୁଁ ଜେଟଲୀ ମେଡିକାଲରେ ଥିଲେ।

ଏହି ସମୟରେ ପୀୟୂଷଙ୍କୁ ଅର୍ଥ ବିଭାଗ ମିଳିଥିଲା। ସେ ୧୦୦ ଦିନ ପାଇଁ ଏହି ଦାୟିତ୍ବ ସମ୍ଭାଳିଥିଲେ।

ସୂଚନାଯୋଗ୍ୟ ଯେ ଅସୁସ୍ଥ ଥିବା ଜେଟଲୀ ଏବେ ଆମେରିକାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ଅସ୍ତ୍ରୋପଚାର କରାଯାଇଥିବ‌ାରୁ ଡାକ୍ତର ତାଙ୍କୁ ଦୁଇ ସପ୍ତାହ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି। ତେଣୁ ଏବେ ‌େସ ଭାରତ ଫେରିବା ସମ୍ଭାବନା ନଥିବାରୁ ପୀୟୂଷଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି।

ସମ୍ବନ୍ଧିତ ଖବର