ପୀୟୂଷ ଗୋୟଲ ରାଜ୍ୟସଭାରେ ବିଜେପିର ନେତା, ରାହୁଲ ଗାନ୍ଧି ଅଧୀର ରଂଜନଙ୍କ ଦାୟିତ୍ବ ନେଇପାରନ୍ତି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ରାଜ୍ୟସଭାରେ ବିଜେପିର ନେତା ନିଯୁକ୍ତ ହୋଇନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥାୱରଚାନ୍ଦ ଗେହଲଟ କର୍ଣ୍ଣାଟକ ରାଜ୍ୟପାଳ ହେବାପରେ ତାଙ୍କ ସ୍ଥାନରେ ପୀୟୂଷଙ୍କୁ ଏହି ନୂଆ ଦାୟିତ୍ବ ମିଳିଛି। ଆଗକୁ ସଂସଦର ମୌସୁମୀ ଅଧିବେଶନ ଥିବାରୁ ଗୋୟଲ ଗୃହରେ ବିଜେପିର ନେତା ଭାବେ ଗୁରୁତ୍ବପୂର୍ଣ୍ଣ ଭୁମିକା ନିର୍ବାହ କରିବେ। ବାଣିଜ୍ୟ, ଶିଳ୍ପ, ଖାଦ୍ୟ ଏବଂ ଖାଉଟି ବ୍ୟାପାର ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ଥିବା କେନ୍ଦ୍ରମନ୍ତ୍ରୀ ‌ଗୋୟଲ୍‌ ୨୦୧୦ରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏ ପର୍ଯ୍ୟନ୍ତ ସେ ରାଜ୍ୟସଭାରେ ଏନ୍‌ଡିଏର ଉପନେତା ଅଛନ୍ତି। ଅନ୍ୟପକ୍ଷେ ଲୋକସଭାରେ ଅଧୀର ରଞ୍ଜନ ଚୌଧୁରୀଙ୍କ ବଦଳରେ କଂଗ୍ରେସ ଅନ୍ୟ ଜଣଙ୍କୁ ନେତା ନିଯୁକ୍ତ କରିପାରେ। ଏନେଇ ଖୁବ୍‌ଶୀଘ୍ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ଗୃହର ନେତା ନିଯୁକ୍ତ କରିପାରେ ବୋଲି କୁହାଯାଉଛି। ଆସନ୍ତା ୧୯ ତାରିଖରେ ସଂସଦର ମୌସୁମୀ ଅଧୀବେଶନ ‌ଆରମ୍ଭ ହେଉଥିବାରୁ ଖୁବ୍‌ଶୀଘ୍ର କଂଗ୍ରେସ ପକ୍ଷରୁ ଏହି ନିଯୁକ୍ତି ହୋଇପାରେ। ମୌସୁମୀ ଅଧିବେଶନ ୧୯ ଜୁଲାଇରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର