ନୂଆଦିଲ୍ଲୀ: ପୂର୍ବ ଏନ୍ଡିଏ ସରକାରରେ ପ୍ରଧାନ ସଚିବ ରହିଥିବା ନୃପେନ୍ଦ୍ର ମିଶ୍ର ଏବଂ ଅତିରିକ୍ତ ପ୍ରଧାନ ସଚିବ ପି.କେ. ମିଶ୍ରଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି। କ୍ୟାବିନେଟ୍ ନିଯୁକ୍ତି କମିଟି ଆଜି ଓଡ଼ିଶାର ଏହି ଦୁଇ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ୍ ଅଫିସରଙ୍କୁ ସେମାନଙ୍କ ପଦରେ ପୁନଃ ନିଯୁକ୍ତି ଦେଇଛନ୍ତି ଏବଂ ସେମାନଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ମେ’ ୩୧ରୁ ଏହି ଆଦେଶ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ୍ ନିଯୁକ୍ତି କମିଟି ମଂଜୁରି ଦେଇଛି। ଉଭୟ ଅଧିକାରୀଙ୍କ କାର୍ଯ୍ୟକାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସହିତ ସଂପୂର୍ଣ୍ଣ ହେବ। ଏହା ପୂର୍ବରୁ ପୂର୍ବ ସରକାରରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ରହିଥିବା ଅଜିତ ଡୋଭଲ୍ଙ୍କୁ ମଧ୍ୟ ଆଗାମୀ ୫ ବର୍ଷ ପାଇଁ ଏନ୍ଏସ୍ଏ ନିଯୁକ୍ତି ଦିଆଯିବା ସହ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି । ଏହା ବ୍ୟତୀତ କ୍ୟାବିନେଟ୍ ସଚିବ ପି.କେ. ସିହ୍ନାଙ୍କ କାର୍ଯ୍ୟକାଳକୁ ୩ ମାସ ବଢ଼ାଇ ଦିଆଯାଇଛି।
ନୃପେନ୍ଦ୍ର ମିଶ୍ର, ପି.କେ. ମିଶ୍ରଙ୍କ ପୁନଃ ନିଯୁକ୍ତି
୫ ବର୍ଷ ପାଇଁ ପ୍ରଧାନ ସଚିବ, ଅତିରିକ୍ତ ପ୍ରଧାନ ସଚିବ ରହିବେ, କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା
/sambad/media/post_attachments/wp-content/uploads/2019/06/Untitled-19-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)