ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିବା ଓଡ଼ିଆ ଅଧିକାରୀ ପ୍ରମୋଦ କୁମାର ମିଶ୍ରଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପ୍ରମୋଦ ମିଶ୍ର, କାର୍ମିକ, ଆଇନ, ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏବଂ ଅନ୍ୟ ନିଯୁକ୍ତି ସମ୍ପର୍କରେ ଆଗତ ହେଉଥିବା ବିଷୟ ଗୁଡ଼ିକ ବୁଝିବେ। ସେହିଭଳି କ୍ୟାବିନେଟ୍ ସଚିବାଳୟ, କେନ୍ଦ୍ର କ୍ୟାବିନେଟରେ କେଉଁସବୁ ବିଷୟରେ ଆଲୋଚନା ହେବ, ଦୁର୍ନୀତି ନିରୋଧୀ ୟୁନିଟ ଓ ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମିଶ୍ର ହିଁ ନିଷ୍ପତ୍ତି ନେବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ନିଯୁକ୍ତି ବାଦ୍ ଜାତୀୟ ସୁରକ୍ଷା ଏବଂ ନୀତି ସମ୍ପର୍କିତ ପ୍ରସଙ୍ଗ ବୁଝିବେ। ଏହାବାଦ୍ ବିଦେଶ ବ୍ୟାପାର ମନ୍ତ୍ରାଳୟ, ପ୍ରବାସୀ ଭାରତୀୟ ବ୍ୟାପାର, ପ୍ରତିରକ୍ଷା, ମହାକାଶ, ପରମାଣୁ ଶକ୍ତି ଏବଂ (ର’) ର ନୀତି ସଂକ୍ରାନ୍ତ ଦିଗ ଗୁଡ଼ିକର ଦାୟିତ୍ବ ଡୋଭାଲ୍ଙ୍କ ହାତରେ ନ୍ୟସ୍ତ କରାଯାଇଛି। ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଏବଂ ରାସାୟନିକ ଅସ୍ତ୍ରଶସ୍ତ୍ର ପାଇଁ ଜାତୀୟ ପ୍ରାଧିକରଣର ସମସ୍ତ ନୀତି ଏବଂ ପ୍ରସଙ୍ଗ ଦାୟିତ୍ବ ମଧ୍ୟ ଡୋଭାଲଙ୍କୁ ଦିଆଯାଇଛି। ଏନ୍ଏସସିଏନ୍ ବିଚ୍ଛିନତାବାଦୀଙ୍କ ସହ କଥା ହେବା ପ୍ରସଙ୍ଗ ମଧ୍ୟ ଡୋଭାଲଙ୍କୁ ବଣ୍ଟନ କରାଯାଇଛି। ଅନ୍ୟପକ୍ଷେ ପିକେ ସିହ୍ନାଙ୍କୁ ପ୍ରମୁଖ ସଚିବ ଏବଂ ଏନ୍ଏସଏଙ୍କୁ ଦିଆଯାଇଥିବା ଦାୟିତ୍ବ ବାଦ୍ ଅନ୍ୟ ସମସ୍ତ ପ୍ରସଙ୍ଗ ତଥା ସମସ୍ତ ମନ୍ତ୍ରାଳୟ, ବିଭାଗ, ସଂସ୍ଥା ଗୁଡ଼ିକର ନୀତିଗତ ପ୍ରସଙ୍ଗ ଗୁଡ଼ିକ ବୁଝିବେ।
ପିଏମ୍ଓରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ରଙ୍କୁ ମିଳିଲା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ
/sambad/media/post_attachments/wp-content/uploads/2019/09/pramod-mishra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)