ନୂଆଦିଲ୍ଲୀ: ଭୁବନେଶ୍ବର ଆଇଆଇଟିର ବୋର୍ଡ ଅଫ ଗଭର୍ଣ୍ଣର ସଦସ୍ୟ ଭାବେ କେନ୍ଦ୍ର ସରକାର ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ମନୋନୀତ କରିଛନ୍ତି। ଶ୍ରୀ ସ୍ବାଇଁ ପୂର୍ବରୁ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିଥିଲେ। ଏଥି ସହିତ ସେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଦେଶରେ କୃଷି ବିପଣନ କ୍ଷେତ୍ରରେ ସଂସ୍କାର ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ, ଡିଓପିଟି ତଥା ଟେଲିଯୋଗାଯୋଗ ବିଭାଗରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରିବାର ଯଥେଷ୍ଟ ଅଭିଜ୍ଞତା ତାଙ୍କର ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp