ପିକେଙ୍କ ମନ୍ତବ୍ୟ ଗୁରୁତ୍ବପୂର୍ଣ୍ଣ ନୁହେଁ: ନୀତୀଶ

ପାଟନା : ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୧୫ ବର୍ଷର ଶାସନକୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସମାଲୋଚନା କରିବାପରେ ଆଜି ଏହି ପ୍ରସଙ୍ଗରେ ନୀତୀଶ ମୁହଁ ଖୋଲିଛନ୍ତି। ନୀତୀଶ କହିଛନ୍ତି, ଜଣେ ବ୍ୟକ୍ତିର ମନ୍ତବ୍ୟ ଗୁରୁତ୍ବପୂର୍ଣ୍ଣ ନୁହେଁ। ସତ୍ୟ ହିଁ ଗୁରୁତ୍ବପୂର୍ଣ୍ଣ। ବିହାରରେ ଆମେ କ’ଣ କାମ କରିଛୁ ତାହା ଲୋକମାନେ ଭଲଭାବେ ଅବଗତ ଅଛନ୍ତି। ଏକଦା ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଭାବେ କାମ କରୁଥିବା ପ୍ରଶାନ୍ତ କିଶୋର ଏବେ ଲାଲୁ-ନୀତୀଶଙ୍କ ଶାସନକୁ ଖୋଲାଖୋଲି ଭାବେ ସମାଲୋଚନା କରୁଛନ୍ତି। ବିହାରରେ ଏକ ନୂଆ ରାଜନୈତିକ ମଂଚ ଗଠନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଏବେ ଲୋକଙ୍କ ମତାମତ ସଂଗ୍ରହ କରୁଛନ୍ତି ଏବଂ ସେହି ଆଧାରରେ ତାଙ୍କ ଆଗାମୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ ବୋଲି କହିଛନ୍ତି। ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିବା ପରେ ଏବେ ସେ ବିହାର ଉପରେ ଅଧିକ ଫୋକସ୍‌ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର