ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ଶୁକ୍ରବାର ପୂର୍ବାନୁମାନ କରି କହିଛନ୍ତି ଯେ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନମାନଙ୍କରେ କଂଗ୍ରେସ ଦଳ ହାରିବା ସହ ନିଜର ପରାଜୟର ଧାରାକୁ ବଜାୟ ରଖିବ।
ଏ ସଂପର୍କରେ କାରଣ ଦର୍ଶାଇବାକୂ ଯାଇ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଦଳର ଚିନ୍ତନ ଶିବିର ଏପରି ଏକ ସମୟରେ ଅନୁଷ୍ଠିତ ହୋଇଥିଲା, ଯେତେବେଳେ କଂଗ୍ରେସ ୧୩ ମାସ ମଧ୍ୟରେ ୧୦ଟି ରାଜ୍ୟରେ ଅନୁଷ୍ଠିତ ହୋଇଯାଇଥିବା ବିଧାନସଭା ନିର୍ବାଚନଗୁଡ଼ିକରେ ହାରିଛି ଏବଂ ଏହାର ନିର୍ବାଚନୀ ସମ୍ଭାବନା ଅସ୍ପଷ୍ଟ ଏବଂ ନୈରାଶ୍ୟଜନକ ଦେଖାଯାଉଛି।
୨୦୧୪ରୁ ଅନେକ ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ କଠିନ ନିଷ୍ପତ୍ତିର ପ୍ରତିଶ୍ରୁତି ଦେଇ କଂଗ୍ରେସ କିଛି ସଂସ୍କାରକୁ ଅନୁମୋଦନ କରିଥିଲା। କିନ୍ତୁ ଅସଲ ସମୟରେ ନେତୃତ୍ୱ ଦଳୀୟ ସଂଗଠନର ନବୀକରଣ ସମେତ ଅନେକ ବୃହତ ପ୍ରଶ୍ନରୁ ଦୂରେଇ ଯାଇଥିଲା।
ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ହୋଇ ଯାଇଥିବା କଂଗ୍ରେସ ଦଳର ଚିନ୍ତନ ଶିବିର ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି, ମୋତେ ବାରମ୍ବାର ଫଳାଫଳ ଉପରେ ମନ୍ତବ୍ୟ ଦେବାକୁ କୁହାଯାଇଛି। ମୋ ଦୃଷ୍ଟିରେ, ଏହା ସ୍ଥିତିକୁ ଅଯଥା ଲମ୍ବା କରିବା ଏବଂ ବିନା ଆବଶ୍ୟକତାରେ ନେତୃତ୍ୱକୁ କିଛି ସମୟ ଦେବା ବ୍ୟତୀତ ଅନ୍ୟ ଦଳକୁ ଚିନ୍ତନ ଶିବିରରେ ଅନ୍ୟ କିଛି ଅର୍ଥପୂର୍ଣ୍ଣ ସଫଳତା ମିଳିପାରି ନାହିଁ। ଅନ୍ତତଃ ପକ୍ଷେ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ଆସନ୍ନ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ! କଂଗ୍ରେସ ଦଳ ଯେଉଁ ମୁଖ୍ୟ କାର୍ଯ୍ୟ; ଦଳ ପାଇଁ ଭବିଷ୍ୟତ ମାର୍ଗ ନିର୍ଦ୍ଧାରଣ ସହ ବ୍ୟାପକ ସାଂଗଠନିକ ସଂସ୍କାର ଉଦ୍ଦେଶ୍ୟରେ ଏହି ତିନି ଦିନିଆ ଚିନ୍ତନ ଶିବିିରର ଆୟୋଜନ କରିଥିଲା, ସେଥିରୁ ଦଳକୁ କୌଣସି ସୁଫଳ ମିଳିଲା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/PK-2.jpg)