ମଣିପୁର ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ପିଏଲଏ, ଏମଏନପିଏଫ

ଇମ୍ପାଲ : ଆଜି ମଣିପୁରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଏହି ଆକ୍ରମଣ ପାଇଁ ମଣିପୁରର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଛି । ପିଏଲଏର ଏହି ଆକ୍ରମଣରେ ୫ ଯବାନ, ଜଣେ ମହିଳା ଓ ଜଣେ ବାଳକ ପ୍ରାଣ ହରାଇଥିଲେ ।

ଏହି ଆକ୍ରମଣକୁ ନେଇ ସାରା ଦେଶରେ ଭୀଷଣ ପ୍ରତିକ୍ରିୟା ଦେଖାଦେଇଛି । ଏହି ଆକ୍ରମଣ ପରେ ଗତ କିଛି ବର୍ଷ ଧରି ଅପେକ୍ଷାକୃତ ଶାନ୍ତ ଥିବା ମଣିପୁରର ପୁଣି ଅସ୍ଥିର ହେବାର ଆଶଙ୍କା ଦେଖାଦେଇଛି । ଜୁନ ୪, ୨୦୧୫  ପରେ ମଣିପୁରରେ ସେନା ଉପରେ ହୋଇଥିବା ଏହା ସବୁଠାରୁ ବଡ଼ ଆକ୍ରମଣ ।  ୨୦୧୫ ରେ ହୋଇଥିବା ଏହି ଆକ୍ରମଣରେ ୧୮ ଜଣ ଯବାନ ସହିଦ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ପିଏଲଏକୁ ୨୫ ସେପ୍ଟେମ୍ବର ୧୯୭୮ରେ ଏମ.ବିଶ୍ବେଶ୍ବର ସିଂ ପ୍ରତିଷ୍ଠା କରିଥିଲେ । ଏହି ଗ୍ରୁପର ଲକ୍ଷ୍ୟ ହେଉଛି ସଶସ୍ତ୍ର ସଂଗ୍ରାମ ମାଧ୍ୟମରେ ଭାରତର ସମଗ୍ର ଉତ୍ତର-ପୂର୍ବାଞ୍ଚଳକୁ ଭାରତଠାରୁ ଅଲଗା କରି ଏକ ସ୍ବତନ୍ତ୍ର କମ୍ୟୁନିଷ୍ଟ ଦେଶ ଗଠନ କରିବା । ଏହି ସଂଗଠନ ମାକ୍ସସବାଦୀ-ଲେନିନବାଦୀ ଓ ମାଓବାଦୀ ବିଚାରଧାରାରେ ବିଶ୍ବାସ କରେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସଂଗଠନକୁ ଚୀନ ସଂପୂର୍ଣ୍ଣ ଭାବେ ଆର୍ଥିକ ସହାୟତା କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଉଛି । ଚୀନ ଏହି ସଂଗଠନକୁ ଚୀନ ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଉଛି ।

ସମ୍ବନ୍ଧିତ ଖବର