କୋଲକାତା: ମେ ୩୧ତାରିଖରେ ଲକଡାଉନ ୪.୦ର ଅବଧି ଶେଷ ହେବାକୁ ଯାଉଥିବା ବେଳେ ଆଜି ପଶ୍ଚିମବଙ୍ଗ ସରକାର ଏକ ବଡ଼ ଘୋଷଣା କରିଛନ୍ତି | ପଶ୍ଚିମବଙ୍ଗରେ ସମସ୍ତ ଧାର୍ମିକସ୍ଥଳୀ ଜୁନ୍ ୧ତାରିଖରୁ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି | ଲକ୍ଡାଉନ୍ ୪ ଶେଷ ହେବାର ଦୁଇ ଦିନ ପୂର୍ବରୁ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଧାର୍ମିକ ସ୍ଥାନ ଖୋଲିବା ପରେ ଭିତରକୁ ୧୦ରୁ ଅଧିକ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଏହା ସହ ଚା ’ଏବଂ ଝୋଟ କାରଖାନା ମଧ୍ୟ ଜୁନ୍ ୧ରୁ ୧୦୦ପ୍ରତିଶତ ଶ୍ରମିକଙ୍କ ସହ ଖୋଲିବ। ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ୧୦୦ପ୍ରତିଶତ କର୍ମଚାରୀଙ୍କ ସହିତ ଜୁନ ୮ରେ ଖୋଲିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି | ତେବେ ଜୁନ ମାସରେ ସ୍କୁଲ ଖୋଲିବ ନାହିଁ ବୋଲି ସେ କହିଛନ୍ତି |

Advertisment

Mamata Banerjee to regularize colonies on private, central land The Statesman

ତେବେ ମେ ୩୧ପରେ ଲକଡାଉନର ଅବଧି ବଢ଼ିବ କି ନାହିଁ, ସେ ନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନଥିବା ବେଳେ କିଛି ରାଜ୍ୟ ଲକଡାଉନ ୫.୦ ଲାଗୁ କରିବା ପାଇଁ ଦାବି କରିଛନ୍ତି | ସଂକ୍ରମଣ ବଢ଼ୁଥିବାରୁ ଆଗାମୀ ପଦକ୍ଷପ ବିଷୟରେ ସରକାର ଚିନ୍ତା କରୁଥିବା ବେଳେ ପ୍ରଥମ କରି ପଶ୍ଚିମବଙ୍ଗ ସରକାର ଏତେ ସବୁ ନିୟମକୁ କୋହଳ କରିଛନ୍ତି | ଆଜି ଲକଡାଉନ ୫.୦ ବିଷୟରେ ଆଲୋଚନା କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ | ଗତକାଲି ସେ ସବୁ ରାଜ୍ୟର ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବା ବେଳେ ଶନିବାର ଲକଡାଉନ ୫.୦କୁ ନେଇ ସରକାର ନିଷ୍ପତି ନେଇପାରନ୍ତି ବୋଲି ଚର୍ଚା ଆରମ୍ଭ ହୋଇଛି |