ଦିଲ୍ଲୀ-ଜୟପୁର ମଧ୍ୟରେ ତିଆରି ହେବ ଦେଶର ପ୍ରଥମ ଇ-ହାଇୱେ! ରାସ୍ତାରେ ଚାଲୁଥିବା ସମୟରେ ଚାର୍ଜ ହେବ ଗାଡ଼ି

ନୂଆଦିଲ୍ଲୀ: ସାରା ବିଶ୍ୱ ପ୍ରଦୂଷଣ ରୋକିବାକୁ ବିଦ୍ୟୁତ୍ ଚାଳିତ ଯାନ ଉପରେ ଗୁରୁତ୍ୱ ଦେଉଛି । ଭାରତରେ ବି ଏନେଇ ସରକାରଙ୍କ ତରଫରୁ ପ୍ରୟାସ ଆରମ୍ଭ କରାଯାଉଛି । ହେଲେ ସରକାରଙ୍କ ଉଦ୍ୟମ ପରେ ବି ଭାରତରେ ବିଦ୍ୟୁତ୍ ଚାଳିତ ଯାନ ବ୍ୟବହାରକାରୀଙ୍କ ସଂଖ୍ୟା ବିଶେଷ ବୃଦ୍ଧି ହେଉନଥିବା ନଜର ଆସିଛି । ଏହାକୁ ନେଇ ସରକାର ଚିନ୍ତାରେ ଥିବା ବେଳେ କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି ।

ପ୍ରଥମତଃ ଭାରତରେ ବିଦ୍ୟୁତ ଚାଳିତ ଯାନର ବ୍ୟବହାର କାହିଁକି ବୃଦ୍ଧି ପାଉନାହିଁ ତା’ ଉପରେ ବିଭାଗ ତର୍ଜମା କରିଛି । ଏହି ତର୍ଜମାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ବିଦ୍ୟୁତ୍ ଚାଳିତ ଯାନ ପାଇଁ ଭିତ୍ତିଭୂମିର ବିକାଶ ଠିକ ଦିଗରେ ହୋଇପାରି ନାହିଁ । ଏହି ଅଭାବକୁ ଦୂର କରିବାକୁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଦେଶରେ ପ୍ରଥମଥର ପାଇଁ ଇ-ହାଇୱେ ନିର୍ମାଣ କରିବାକୁ ବିଭାଗ ତରଫରୁ ଏକ ବିଦେଶୀ କମ୍ପାନି ସହିତ ଆଲୋଚନା ହେଉଛି । ଯଦି ଏହି ଆଲୋଚନା ସଫଳ ହୁଏ ତେବେ ଦିଲ୍ଲୀ-ଜୟପୁର ମଧ୍ୟରେ ଦେଶର ପ୍ରଥମ ଇ-ହାଇୱେ ପ୍ରକଳ୍ପ କାମ ଆରମ୍ଭ କରାଯିବ ।

ବିଦ୍ୟୁତ୍ ଚାଳିତ ଯାନ କିଣୁଥିବା ଲୋକମାନଙ୍କର ପ୍ରଥମ ଅଭିଯୋଗ ଆସୁଛି କି ରାଜପଥରେ ସରକାର କିମ୍ବା ଘରୋଇ କମ୍ପାନି ଦ୍ୱାରା କୌଣସି ଚାର୍ଜିଂ ଷ୍ଟେସନ ନଥିବାରୁ ସେମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ ଦୂର କରିବାକୁ ବିଭାଗୀୟ ମନ୍ତ୍ରୀ ନିତିନ ଗଡକରୀ ଇ-ହାଇୱେ ନିର୍ମାଣ ନେଇ ଯୋଜନା କରୁଛନ୍ତି । ସେ କହିଛନ୍ତି କି ଜଣେ ପରିବହନ ମନ୍ତ୍ରୀ ଭାବେ ତାଙ୍କର ସଂକଳ୍ପ ରହିଛି କି ଦେଶରେ ପେଟ୍ରୋଲ ଓ ଡିଜେଲର ବ୍ୟବହାରକୁ ଯେତେ କମ କରାଇପାରିବେ ତାହା ତାଙ୍କର ଶ୍ରେଷ୍ଠ ଉପଲବ୍ଧି ହେବ ।

Germany's New Electric Highway Aims At Reducing Emissions From Commercial Trucks

ଇ-ହାଇୱେ କେବେ ବି ପାରମ୍ପାରିକ ହାଇୱେ ଠାରୁ ଅଲଗା ଭାବେ ନିର୍ମାଣ କରାଯିବ ନାହିଁ । ଅର୍ଥାତ ଗୋଟିଏ ରାଜପଥରେ ପେଟ୍ରୋଲ-ଡିଜେଲ ଚାଳିତ ଗାଡି ଓ ବିଦ୍ୟୁତ୍ ଚାଳିତ ଗାଡି ଏକା ସାଙ୍ଗରେ ଚାଲିପାରିବ  । ହେଲେ ପେଟ୍ରୋଲ ଚାଳିତ ଗାଡିଗୁଡିକ ରାସ୍ତାରେ ଚାଲୁଥିବା ବେଳେ ତେଲ ଭରିବାକୁ ଯେମିତି ଗାଡିକୁ ତେଲ ଟାଙ୍କି ନିକଟରେ ଅଟକିବାକୁ ପଡୁଛି ସେଭଳି ଇଲେକ୍ଟ୍ରି ଗାଡି ଚାର୍ଜ କରିବାକୁ ଅଟକିବ ନାହିଁ । ଏହି ଗାଡିଗୁଡିକ ଇ-ହାଇୱେରେ ଚାଲୁଥିବା ବେଳେ ଆପେଆପେ ଚାର୍ଜ ହୋଇପାରିବ ।

ଇ- ହାଇୱେରେ ବିଦ୍ୟୁତ ଚାଳିତ ଗାଡିଗୁଡିକ ଚାର୍ଜ ହେବାକୁ ୩ ପ୍ରକାର ବ୍ୟବସ୍ଥା ରହିଛି । ପ୍ରଥମତଃ ହାଇୱେ ଉପରେ ଓଭରହେଡ ବିଦ୍ୟୁତ ତାରର ବ୍ୟବହାର କରାଯାଇ ଟ୍ରେନ ଭଳି ଗାଡିଗୁଡିକୁ ଚାର୍ଜ କରାଯାଇ ପାରିବ । ଏହାକୁ ଭାରତରେ ସବୁଠାରୁ ଉଚ୍ଚମାନର ଟେକ୍ନୋଲୋଜି ବୋଲି ବିଚାର କରାଯାଉଛି । ଦ୍ୱିତୀୟରେ ଇ-ହାଇୱେରେ ଗାଡି ଚାଲୁଥିବା ବେଳେ ଗାଡି ତଳେ ଲାଗିଥିବା କଣ୍ଟାକ୍ଟ ଆର୍ମ  ରାସ୍ତାର ମଧ୍ୟ ଭାଗରେ ଥିବା ଇଲେକ୍ଟି ତାର ସହ ସଂଯୋଗ ହୋଇ ଚାର୍ଜ ହୋଇପାରିବ । ଏହି ଟେକ୍ନିକକୁ କଣ୍ଡକସନ ମଡ୍ୟୁଲ ବୋଲି କୁହାଯାଉଛି । ତୃତୀୟ ଟେକ୍ନିକ୍ ଭାବେ ଇଣ୍ଡକସନ ମଡ୍ୟୁଲକୁ ବି ବ୍ୟବହାର କରାଯାଇ ପାରେ । ଏହି ମଡ୍ୟୁଲ ମୁତାବକ ଗାଡିଗୁଡିକ ଚାର୍ଜ ହେବା ପାଇଁ କୌଣସି ସଂଯୋଗ ରହିବ ନାହିଁ । ଏହି ଟେକ୍ନୋଲୋଜିରେ ଗାଡିରେ ଲାଗିଥିବା ଇଲେକ୍ଟ୍ରିି ଚୁମ୍ବକ ମାଧ୍ୟମରେ ଗାଡି ଅଟୋମେଟିକ ଚାର୍ଜ ହୋଇପାରିବ ।

Government aiming to build e-highway on Delhi-Mumbai Expressway: Gadkari-India News , Firstpost
Firstpost

ଉଲ୍ଲେଖଯୋଗ୍ୟ, ୨୦୧୯ ମସିହାରେ ପ୍ରଥମଥର ପାଇଁ ଜର୍ମାନୀ ଇ-ହାଇୱେ ନିର୍ମାଣ କରିଥିଲା। ଏହାସହ ଆମେରିକା ଓ ବ୍ରିଟେନରେ ବି ଇ-ହାଇୱେ ନିର୍ମାଣ ହୋଇଛି ।

ସମ୍ବନ୍ଧିତ ଖବର