ଭାରତରେ ଚିତାଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଯୋଜନା

ନୂଆଦିଲ୍ଲୀ : ସ୍ୱାଧୀନ ଭାରତରେ ବିଲୁପ୍ତ ହୋଇ ଯାଉଥିବା ଏକମାତ୍ର ବୃହତ୍ ମାଂସାଶୀ ପ୍ରାଣୀ ଚିତାର ପୁନରୁଦ୍ଧାର କରିବା ନିମନ୍ତେ ଭାରତ ଯୋଜନା କରିଛି। ଏହି ପ୍ରକଳ୍ପର ଉଦ୍ଦେଶ୍ୟଗୁଡିକ ହେଉଛି – ଏହାର ଐତିହାସିକ ସୀମା ଭିତରେ ନିରାପଦ ବାସସ୍ଥାନରେ ପ୍ରଜନନ କରାଇ ଚିତାର ସଂଖ୍ୟା ବୃଦ୍ଧି କରାଇବା ଏବଂ ସେମାନଙ୍କୁ ଏକ ଭୂସ୍ଥାନିକ ସାଂଖ୍ୟିକ ଗଣନୀୟ (ମେଟାପପୁଲେସନ୍‌) ଜୀବ ଭାବରେ ପରିଚାଳନା କରିବା।

ଖୋଲା ଜଙ୍ଗଲ ଏବଂ ସାଭାନା ପ୍ରଣାଳୀର ପୁନରୁଦ୍ଧାର ପାଇଁ ସମ୍ବଳ ସଂଗ୍ରହ ନିମନ୍ତେ ଚିତାକୁ ଏକ ପ୍ରମୁଖ ଏବଂ ଛାମୁଆ ପ୍ରଜାତି ଭାବରେ ବ୍ୟବହାର କରିବା, ଯାହା ଜୈବବିବିଧତା ଓ ପରିବେଶ ପାଇଁ ଲାଭଦାୟକ ହେବ। ଚିତା ସଂରକ୍ଷଣ ଅଂଚଳଗୁଡ଼ିକରେ ପାରିବେଶିକ ବ୍ୟବସ୍ଥାର ପୁନରୁଦ୍ଧାର କରିବା ଯାହା ବୈଶ୍ୱିକ ଜଳବାୟୁ ପରିବର୍ତନକୁ ରୋକିବାରେ ସାହାଯ୍ୟ କରିବ। ଚିତା ସଂରକ୍ଷଣ ଅଂଚଳ ମଧ୍ୟରେ ଚିତା କିମ୍ବା ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଦ୍ୱାରା ସ୍ଥାନୀୟ ସମ୍ପ୍ରଦାୟଙ୍କ ସହିତ ଯେ କୌଣସି ପ୍ରକାରର ଦ୍ୱନ୍ଦ୍ୱକୁ ପରିଚାଳନା କରିବା ପାଇଁ ତତ୍କାଳ କ୍ଷତିପୂରଣ ପ୍ରଦାନ କରିବା ଓ ସଚେତନତା ସୃଷ୍ଟି କରିବା।

ସମ୍ବନ୍ଧିତ ଖବର