ଶିରିଡିକୁ ଟୁର୍‌-ପ୍ୟାକେଜ୍‌ ଘୋଷଣା କଲା ଆଇଆରସିଟିସି, ଜାଣନ୍ତୁ କେତେ ଟଙ୍କା ଦେବାକୁ ହେବ

ନୂଆଦିଲ୍ଳୀ: ଯଦି ଆପଣ ଆସନ୍ତା ମାସ ଦିଲ୍ଳୀରୁ ଶିରିଡ଼ି ଯିବାର ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ଆଇଆର୍‌ସିଟିସିର ଶିରିଡ଼ି ଟୁର୍‌ ପ୍ୟାକେଜ୍‌ ବିଷୟରେ ଚିନ୍ତା କରିବା ଉଚିତ। ଏହି ଟୁର୍‌ ପ୍ୟାକେଜ୍‌ର ନାମ ଦିଲ୍ଲୀ-ଶିରିଡ଼ି ଫ୍ଲାଇଟ୍‌ ପ୍ୟାକେଜ୍‌। ଏହି ପ୍ୟାକେଜ୍‌ ଜରିଆରେ ନଭେମ୍ବର ୧୬, ଡିସେମ୍ବର ୭ ଏବଂ ଡିସେମ୍ବର ୨୧ ତାରିଖରେ ଯାତ୍ରୀମାନେ ଯାତ୍ରାରମ୍ଭ କରିପାରିବେ। ଗୋଟିଏ ରାତି ଓ ଦୁଇ ଦିନର ଏହି ପ୍ୟାକେଜର ଦର ରହିଛି ଲୋକପିଛା ୧୪,୯୫୦ ଟଙ୍କା। ଏହି ପ୍ୟାକେଜ୍‌ରେ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ମଧ୍ୟ ରହିଛି।

ଏସ୍‌ଜି-୯୪୬ ବିମାନରେ ଯାତ୍ରୀମାନେ ଦିଲ୍ଲୀରୁ ୧୨.୪୫ରେ ବାହାରି ଶିରିଡ଼ିରେ ୨.୩୫ରେ ପହଞ୍ଚିବ। ସେହିପରି ଏସ୍‌ଜି-୯୪୨ ବିମାନଟି ଦିଲ୍ଲୀରୁ ୩.୦୫ରେ ଉଡ଼ାଣ ଭରି ୪.୪୫ରେ ପହଞ୍ଚିବ।

ଏହି ଟୁର୍‌ ପ୍ୟାକେଜ୍‌ରେ ବିମାନ ଭଡ଼ା ସହ ବିମାନବନ୍ଦରରେ ଛାଡ଼ିବାରୁ ନେଇ ଶିିରିଡ଼ିରେ ପହଞ୍ଚାଇବା, ଡିଲକ୍ସ ହୋଟେଲ୍‌ରେ ଶିରିଡ଼ିରେ ଗୋଟିଏ ରାତ୍ରୀ ଯାପନ ସୁବିଧା ଉପଲବ୍ଧ। ଖାଇବା, ରହିବା ଓ କର ଆଦି ସମସ୍ତ ଖର୍ଚ ଏହି ଟୁର୍‌ ପ୍ୟାକେଜ୍‌ ବହନ କରିବ।

ଏହି ଟୁର୍‌ରେ ଦିଲ୍ଳୀରୁ ଶିରିଡ଼ି, ଶିରିଡ଼ିରୁ ସନି ସିଂହାପୁର ଓ ସନିସିଂହାପୁରରୁ ଦିଲ୍ଳୀ ଯାଇ ହେବ। ଏହି ପ୍ୟାକେଜ୍‌ ଅଧୀନରେ ଦିନକୁ ମାତ୍ର ୧୦ ଜଣ ଯାତ୍ରୀ ଯାତ୍ରା କରିପାରିବେ।

ସମ୍ବନ୍ଧିତ ଖବର