ବିମାନ ଆକ୍ରମଣରେ ୨୩ ନିହତ

କାବୁଲ୍‌ : ଆଫଗାନିସ୍ତାନର ଦକ୍ଷିଣ ପ୍ରଦେଶ ହେଲମଣ୍ଡ୍‌ରେ ଗତ ମଙ୍ଗଳବାର ଦିନ ହୋଇଥିବା ଏକ ଆମେରିକା ବିମାନ ଆକ୍ରମଣ ହେତୁ ୨୩ ନାଗରିକ ନିହତ ହୋଇଛନ୍ତି। ଜାତିସଂଘ ତଦନ୍ତରୁ ଜଣାଯାଇଛି ଏହି ବିମାନ ଆକ୍ରମଣରେ ପ୍ରାଣ ହରାଇଥିବା ୨୩ ନାଗରିକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଏବଂ ମହିଳା ଅଛନ୍ତି। ତେବେ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି ଯେ ଆକ୍ରମଣ ହେତୁ ୩୦ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୧୦ ଜଣ ଶିଶୁ ଏବଂ ୮ ଜଣ ମହିଳା ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର