ଅହମଦାବାଦ: ବିମାନ ଦୁର୍ଘଟଣାରେ ଏଯାଏଁ ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବିମାନରେ ଥିବା ଯାତ୍ରୀଙ୍କ ଜୀବନକୁ ନେଇ ଆଶା ସମସ୍ତେ ଛାଡି ଦେଇଥିବା ବେଳେ ଜଣେ ମାତ୍ର ବର୍ତ୍ତିଯାଇଛନ୍ତି । ନହେଲେ ବିମାନରେ ଥିବା ସମସ୍ତେ ମୃତ୍ୟୁର ପଞ୍ଝାରେ ଫସିଯାଇଛନ୍ତି । 

Advertisment

ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବିମାନରେ ଥିବା ମୋଟ ୨୪୨ ଜଣଙ୍କ ମଧ୍ଯରୁ କେବଳ ଜଣଙ୍କୁ ଛାଡିଦେଲେ ବାକି ୨୪୧ ଜଣଙ୍କ ମୃତ୍ୟୁ ହୋଇଛି । ବିମାନର ଭୟଙ୍କର ବିସ୍ଫୋରଣ ପରେ ଲାଗିଯାଇଥିବା ନିଆଁରେ ୨୪୧ ଜଣ ଜଳି ଯାଇଛନ୍ତି । ତେବେ ଦୁର୍ଘଟଣାଗ୍ରସ୍ତ ବିମାନରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗୀଜ ଏବଂ ୧ କାନାଡୀୟ ଯାତ୍ରା କରୁଥିଲେ । 

ତେବେ ମୃତ୍ୟୁର ଫାଶ ଫିଟାଇ ନିଜ ଜୀବନକୁ ନେଇ ମୁକୁଳି ଆସିଥିବା ଯାତ୍ରୀ ଜଣ ହେଉଛନ୍ତି ରମେଶ ବିଶ୍ବାସ କୁମାର । ସେ ୧୧-ଏ ସିଟରେ ବସିଥିବା ଯାତ୍ରୀ, ଯିଏ ବିମାନରୁ ଡେଇଁ ପଡିବା ପରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତଳେ ପଡିବା ପରେ ତାଙ୍କ ଛାତି ଓ ଆଖିରେ ଯଦିଓ ଗଭୀର ଆଘାତ ଲାଗିଛି । ଆଉ ସେ ଏବେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ଅମିତ ଶାହ ଏବଂ ଆଜି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ଯାବସ୍ଥା ପଚାରି ବୁଝିଛନ୍ତି । କେମିତି ଥିଲା ସେ ସମୟର ମୁହୂର୍ତ୍ତ ମୋଦୀଙ୍କୁ ସେ କହିଛନ୍ତି ।