ଆସ୍ତନା: କାଜାଖସ୍ତାନର ଅକୌଟା ସହର ନିକଟରେ ବୁଧବାର (ଡିସେମ୍ବର ୨୫) ବଡ଼ଦିନରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କେନ୍ଦ୍ରୀୟ ଏସୀୟ ଦେଶର ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି ଯେ, ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି ବିମାନରେ ଥିବା କିଛି ଲୋକ ବଞ୍ଚିଛନ୍ତି। ଅକୌଟା ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ ପୂର୍ବରୁ ବିମାନରେ ନିଆଁ ଲାଗି ଯାଇଥିଲା।

Advertisment

ଦୁର୍ଘଟଣା ପରେ ତୁରନ୍ତ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଥିଲା। ବିମାନରେ ନିଆଁ ଲିଭାଇବା କାର୍ଯ୍ୟ ଶୀଘ୍ର କରାଯାଉଛି। ଏହି ବିମାନଟି ଆଜରବୈଜାନ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ହେଉଥିଲା। ଏହା ବାକୁରୁ ଉଡ଼ାଣ ଆରମ୍ଭ କରି ରୁଷିଆର ଚେଚନ୍ୟାର ଗ୍ରୋଜନି ଅଭିମୁଖେ ଯାଉଥିଲା। କିନ୍ତୁ, ଗ୍ରୋଜନିରେ କୁହୁଡ଼ି  ଯୋଗୁ ଏହାର ମାର୍ଗ ପରିବର୍ତ୍ତନ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ବଡ଼ଦିନରେ ୟୁକ୍ରେନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କଲା ରୁଷିଆ

ବିମାନରେ ଯାତ୍ରୀ ଏବଂ ୫ଜଣ କର୍ମଚାରୀ  ଥିଲେ। ତେବେ ରଏଟର୍ସ ଯାତ୍ରୀଙ୍କ ସଂଖ୍ୟା ସମ୍ପର୍କରେ ସୂଚନା ନିଶ୍ଚିତ କରିନାହିଁ। ଦୁର୍ଘଟଣା ସମ୍ପର୍କରେ ଆଜରବୈଜାନ ଏୟାରଲାଇନ୍ସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତି ପ୍ରଦାନ କରାଯାଇନାହିଁ।

 

କାଜାଖସ୍ତାନର ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି ଯେ, ଦୁର୍ଘଟଣା ପରେ ତୁରନ୍ତ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଛି। ବିମାନରେ ନିଆଁ ଲିଭାଇବା କାର୍ଯ୍ୟ ଶୀଘ୍ର କରାଯାଉଛି। ଦୁର୍ଘଟଣା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ  ଭାଇରାଲ ହେବାରେ ଲାଗିଛି। 

ଅଧିକ ପଢ଼ନ୍ତୁ: ମହାପ୍ରଭୁଙ୍କ କୃପାରୁ ମୋତେ ଓଡ଼ିଶାର ରାଜ୍ୟପାଳ ହେବାର ସୌଭାଗ୍ୟପ୍ରାପ୍ତ ହୋଇଥିଲା