କାଠମାଣ୍ଡୁ: ନେପାଳର କାଠମାଣ୍ଡୁସ୍ଥିତ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୌର୍ଯ୍ୟ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ବିମାନବନ୍ଦରର ମୁଖପାତ୍ର ପ୍ରେମନାଥ ଠାକୁର କହିଛନ୍ତି ଯେ ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ପୋଖରା ଅଭିମୁଖେ ଯାଉଥିବା ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୧୯ ଜଣ ଯାତ୍ରୀ ଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିମାନର ପାଇଲଟ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ସେଣ୍ଟର ଏକ ବିବୃତିରେ କହିଛି ଯେ ବମ୍ବାର୍ଡିୟର ସିଆର୍ଜେ ୨୦୦ ବିମାନଟି ରନୱେରେ ଉଡ଼ାଣ ଆରମ୍ଭ କଲାବେଳେ ହଠାତ୍ ନିଆଁଲାଗି ଜଳିଯାଇଥିଲା। ତୁରନ୍ତ ଦମକଳ ବାହିନୀ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତକମାନେ ହେଲେ କୋ ପାଇଲଟ୍ ଏସ୍ କଟୁୱାଲ ଏବଂ ସୌର୍ଯ୍ୟ ଏୟାରଲାଇନ୍ସର ୧୭ ଜଣ କର୍ମଚାରୀ, ଯେଉଁଥିରେ ଜଣେ ନେପାଳୀ ମହିଳା ଓ ଜଣେ ୟେମେନୀ ନାଗରିକ ଅଛନ୍ତି। ପାଇଲଟ୍ କ୍ୟାପଟେନ୍ ମନିଷ ଶାକ୍ୟ (୩୭) ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରୁ ୧୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ନେପାଳରେ ବିମାନ ଦୁର୍ଘଟଣା, ୧୮ ମୃତ
/sambad/media/post_attachments/wp-content/uploads/2024/07/plane-crash.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)