ସାନ ଡିଏଗୋ : ଆମେରିକାରେ ଏକ ଛୋଟ ଚାଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ କିଛି ଲୋକଙ୍କର ମୃତ୍ୟୁ ହୋଇଛି। ବିମାନଟି ଏକ ଆବାସିକ ଅଂଚଳ ଉପରେ ପଡ଼ିଯାଇଥିଲା ।
ସୂଚନା ଅନୁସାରେ ଗୁରୁବାର କାଲିଫର୍ନିଆର ସାନ ଡିଏଗୋ ନିକଟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପ୍ରାୟ ୧୫ଟି ଘର ଏବଂ ଅନେକ ଯାନବାହନରେ ନିଆଁ ଲାଗିଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଦୁର୍ଘଟଣା ଆମେରିକୀୟ ସେନାର ସବୁଠାରୁ ବଡ଼ ଆବାସିକ ଅଞ୍ଚଳରେ ଘଟିଛି।
ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି, "ସାନ ଡିଏଗୋ ନିକଟରେ କୁହୁଡ଼ି ଯୋଗୁଁ ଏକ ଛୋଟ ବିମାନ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ତାହା ଏକ ଆବାସିକ ଅଞ୍ଚଳର ଘର ଉପରେ ଖସିପଡ଼ିଥିଲା।" ଅଧିକାରୀମାନେ କହିଛନ୍ତି ଯେ ପ୍ରାୟ ୧୦ରୁ ୧୫ଟି ଘରେ ନିଆଁ ଲାଗିଯାଇଥିଲା, କିନ୍ତୁ ସେହି ସମୟରେ ଘରେ କେହି ନଥିଲେ। ବିମାନରେ ଥିବା ପ୍ରାୟ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ ଏହି ବିମାନରେ ୮ ରୁ ୧୦ ଜଣ ଲୋକ ବସିପାରିବେ । କିନ୍ତୁ କେତେ ଯାତ୍ରୀ ବସିଥିଲେ ତାହା ଜଣାପଡ଼ିନାହିଁ ।

ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘରଗୁଡ଼ିକୁ ଖାଲି କରିଥିଲେ। ୧୦୦ ରୁ ଅଧିକ ସ୍ଥାନୀୟ ଲୋକଙ୍କୁ ନିକଟସ୍ଥ ଏକ ସ୍କୁଲକୁ ନିଆଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନଟି ସେସ୍ନା ୫୫୦ ବୋଲି ଚିହ୍ନଟ ହୋଇଛି, ଯାହା ମଣ୍ଟଗୋମେରୀ-ଗିବସ୍ ଏକଜିକ୍ୟୁଟିଭ୍ ବିମାନବନ୍ଦରକୁ ଯାଉଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/22/pes8n3pjfKjed08jMN0E.jpg)