ୱାସିଂଟନ୍‌: ସାନ୍‌ ଡିଏଗୋରେ ଆଜି ଏକ ଜନବସତି ଅଞ୍ଚଳରେ ଏକ ଘରୋଇ ବିମାନ ଖସି ପଡ଼ିବା ଫଳରେ ୧୫ ଘର ଜଳିଯାଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି।  ଦୁର୍ଘଟଣାଗ୍ରସ୍ତ  ବିମାନରେ ୮ରୁ ୧୦ ଜଣ ବସିବା ଭଳି କ୍ଷମତା ଅଛି। ତେବେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ କରାଯାଇନି। ସାନ୍‌ ଡିଏଗୋ ପୁଲିସ ବିଭାଗ ଅନୁଯାୟୀ ୩ଟି ରାସ୍ତା ଖାଲି କରାଯାଇଛି ଏବଂ ଜନସାଧାରଣ ଯଦି ରାସ୍ତାରେ ବିମାନର କୌଣସି ଭଗ୍ନାଂଶ ପାଆନ୍ତି ତେବେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାପାଇଁ କୁହାଯାଇଛି।

Advertisment

ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିବା ଫଳରେ ଏହା  ଏକାଧିକ ଘରେ ମାଡ଼ ହୋଇଥିଲା। ‌ଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି ଯେ ଅନେକ କାର୍‌ ଏବଂ ଘର ଜଳି ଯାଉଛି। ଏଫ୍‌ଏଏ (‌ଫେଡେରାଲ୍‌ ଏଭିଏସନ ଆଡମିନିଷ୍ଟ୍ରେସନ୍‌) ଅନୁଯାୟୀ ‘ସେସ୍‌ନା ୫୫୦’ ବିମାନ ମଣ୍ଟଗୋମେରି ଗିବ୍ସ ଏକ୍‌ଜିକ୍ୟୁଟିଭ୍‌ ବିମାନବନ୍ଦର ନିକଟରେ ଖସି ପଡ଼ିଛି।