ନୂଆଦିଲ୍ଲୀ,: ଢାକାରେ ଆଜି ଏକ ସ୍କୁଲ ଉପରେ ବାଂଲାଦେଶ ବାୟୁ ସେନାର ଏକ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ଏହି ବିମାନଟି ଢାକାର ମାଇଲଷ୍ଟୋନ୍ ସ୍କୁଲ୍ ଆଣ୍ଡ୍ କଲେଜ୍ ଉପରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୨ ଜଣ ଶିକ୍ଷକ ଏବଂ ୧୬ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ୧୦୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛାତ୍ର। କେତେକ ଲୋକଙ୍କ ଶରୀର ବହୁମାତ୍ରାରେ ପୋଡ଼ିଯାଇଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ବାୟୁସେନା, ଛାତ୍ର, ଅଭିଭାବକ, ଶିକ୍ଷକ ଏବଂ କର୍ମଚାରୀମାନଙ୍କର ଅପୂରଣୀୟ କ୍ଷତି ହୋଇଛି ବୋଲି ୟୁନୁସ୍ ‘ଏକ୍ସ’ରେ ପୋଷ୍ଟ୍ କରିଛନ୍ତି। ୟୁନୁସ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ କେତେକ ଜରୁରୀ ଟେଲିଫୋନ ନମ୍ବର ଜାରି କରାଯାଇଛି।
ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ହେଉଛି ଏଫ୍-୭ବିଜିଆଇ। ଏହା ଚୀନର ଜେ-୭ ଲଢ଼ୁଆ ବିମାନର ଅତ୍ୟାଧୁନିକ ଭର୍ସନ। ତାଲିମ ପାଇଁ ବିମାନଟି ଅପରାହ୍ଣ ୧ଟା ୬ ମିନିଟରେ ଉଡ଼ାଣ ଆରମ୍ଭ କରିଥିଲା। କିନ୍ତୁ କିଛି ସମୟ ମଧ୍ୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ସ୍କୁଲ ଉପରେ ଖସି ପଡ଼ିଥିଲା। ସେହି ସମୟରେ ପିଲାମାନେ ସେଠାରେ ପାଠ ପଢ଼ୁଥିଲେ ଏବଂ ପରୀକ୍ଷା ଦେଉଥିଲେ। ସ୍କୁଲରେ ବିମାନ ଦୁର୍ଘଟଣା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ କଣ ତାହା ଜଣାପଡ଼ିନାହିଁ।
ଢାକାରେ ସ୍କୁଲ ଉପରେ ଖସିଲା ବିମାନ: ପାଇଲଟ୍ଙ୍କ ସମେତ ୨ ଶିକ୍ଷକ, ୧୬ ଛାତ୍ର ମୃତ
ଢାକାରେ ଆଜି ଏକ ସ୍କୁଲ ଉପରେ ବାଂଲାଦେଶ ବାୟୁ ସେନାର ଏକ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ଏହି ବିମାନଟି ଢାକାର ମାଇଲଷ୍ଟୋନ୍ ସ୍କୁଲ୍ ଆଣ୍ଡ୍ କଲେଜ୍ ଉପରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୨ ଜଣ ଶିକ୍ଷକ...
/sambad/media/media_files/2025/07/22/bangladesh-2025-07-22-08-13-50.jpg)