ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ରେ ଆଜି ଏକ ପ୍ରଶିକ୍ଷଣ ବିମାନ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନ୍ୱେ ପାଚେରିରେ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ ଟ୍ରେନି ପାଇଲଟ ପର୍ବ ଜୈନ ବିମାନରେ ଥିଲେ। ଦୁର୍ଘଟଣା ଯୋଗୁଁ ବିମାନ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ପାଇଲଟ ସୁରକ୍ଷିତ ଅଛନ୍ତି। ବିମାନଟି ପାୟୋନିୟର ଏଭି ଏଭିଏସନ୍ କମ୍ପାନିର ଏବଂ ଏହା ଧନିପୁର ଏୟାରଷ୍ଟ୍ରିପ୍ରେ ଉଡ଼ାଣ କରୁଥିଲା। ଅପରାହ୍ନ ପ୍ରାୟ ୩.୧୦ର ସମୟରେ ପାଇଲଟ ବିମାନକୁ ଅବତରଣ କରୁଥିବା ସମୟରେ ଏହା ବିମାନବନ୍ଦରର ପାଚେରିରେ ପିଟି ହୋଇଥିଲା। ପାଇଲଟ ବିମାନରୁ ଡେଇଁପଡ଼ି ନିଜ ଜୀବନ ବଞ୍ଚାଇଛନ୍ତି। ବିମାନବନ୍ଦର କର୍ତ୍ତୃପକ୍ଷ ଉକ୍ତ ଘଟଣାର ତଦନ୍ତ କରୁଛନ୍ତି।
ଅବତରଣ ବେଳେ ରନ୍ୱେ ପାଚେରିରେ ଧକ୍କା ହେଲା ବିମାନ
ଉତ୍ତରପ୍ରଦେଶର ଆଲିଗଡ଼ରେ ଆଜି ଏକ ପ୍ରଶିକ୍ଷଣ ବିମାନ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନ୍ୱେ ପାଚେରିରେ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ ଟ୍ରେନି ପାଇଲଟ ପର୍ବ ଜୈନ ବିମାନରେ ଥିଲେ। ଦୁର୍ଘଟଣା ଯୋଗୁଁ ବିମାନ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ପାଇଲଟ ସୁରକ୍ଷିତ ଅଛନ୍ତି।
/sambad/media/media_files/2025/05/05/SfQwLahQwgIjsSRahZpS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)