ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଏୟାରବସ ଏ୩୨୦ନିଓ ବିମାନ ଗତକାଲି ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଉଡ଼ାଣ ଭରିବାର ମାତ୍ର ୨୭ ମିନିଟ ମଧ୍ୟରେ ବିମାନଟି ପୁନର୍ବାର ବିମାନ ବନ୍ଦରକୁ ଫେରିଆସିଛି। ବିମାନର ଗୋଟିଏ ଇଞ୍ଜିନ ବୈଷୟିକ ତ୍ରୁଟି ଯୋଗୁ ବନ୍ଦ ହୋଇଯିବାରୁ ଏଭଳି ସ୍ଥିତି ଦେଖାଦେଇଥିଲା। ବିମାନଟି ମୁମ୍ବାଇରୁ ବେଙ୍ଗାଲୁରୁକୁ ଯାତ୍ରା କରୁଥିଲା। ତେବେ ବିମାନ ବନ୍ଦରକୁ ଫେରିଆସିବା ପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ବେଙ୍ଗାଲୁରୁ ପଠାଯାଇଛି ବୋଲି ଏୟାର ଇଣ୍ଡିଆର ଜଣେ ପ୍ରବକ୍ତା କହିଛନ୍ତି। ଏହି ଘଟଣାର ତଦନ୍ତ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) କରୁଛି। ଉକ୍ତ ବିମାନରେ ସିଏଫଏମ ଇଣ୍ଟରନ୍ୟାସନାଲସ୍ ଲିପ୍ ଇଞ୍ଜିନ ଲାଗିଛି। ବିମାନଟି ଛତ୍ରପତି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସକାଳ ୯ଟା ୪୩ରେ ଛାଡ଼ିଥିଲା। ଏହାର କିଛି ସମୟ ପରେ ବିମାନର ଗୋଟିଏ ଇଞ୍ଜିନରେ ଏକଜଷ୍ଟ ଗ୍ୟାସ୍ର ଉଚ୍ଚ ତାପମାତ୍ରା ସଂପର୍କରେ ପାଇଲଟ ସତର୍କ ସୂଚନା ପାଇଥିଲେ। ଏଥିଯୋଗୁ ସେହି ଇଞ୍ଜିନ ବନ୍ଦ ହୋଇଯାଇଥିଲା।
ମଝି ଆକାଶରେ ବନ୍ଦ ହୋଇଗଲା ଇଞ୍ଜିନ, ମୁମ୍ବାଇରେ ଜରୁରୀ ଅବତରଣ କଲା ବିମାନ
/sambad/media/post_attachments/wp-content/uploads/2022/05/airindia-1653032737.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)