ବିମାନରେ ଯାନ୍ତ୍ରିକ ତ୍ରୁଟି ଅଳ୍ପକେ ବର୍ତ୍ତିଲେ ୧୭୮ ଯାତ୍ରୀ

କୋଲକାତା: ଆଜି କୋଲକାତାରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା ପାଇଁ ଉଡ଼ାଣ ଆରମ୍ଭ କରିଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିି ଯାଇଥିଲା। ବିମାନର ଓ୍ଵିଣ୍ଡ୍‌ସିଲ୍‌୍‌ଡରେ ଫାଟ ଜଣାପଡ଼ିବା ପରେ ପାଇଲଟ ବିମାନକୁ ପୁନର୍ବାର ବନ୍ଦରକୁ ଫେରାଇ ଆଣି ଜରୁରୀ ଅବତରଣ କରାଇବାରୁ ୧୭୮ ଜଣ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ମିଳିଥିବା ଖବର ମୁତାବକ, ଇଣ୍ଡିଗୋ ବିମାନ ୬ଇ-୩୪୫ ଆଜି କୋଲକାତାର ନେତାଜୀ ସୁବାଷ ବୋଷ ବିମାନ ବନ୍ଦରରୁ ପୂର୍ବାହ୍ନ ୧୦ଟା ୧୫ରେ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ ବିମାନରେ ଯାନ୍ତ୍ରିକ ତ୍ରୁଟି ଜାଣିପାରିବା ପରେ ପାଇଲଟ ୧୦ଟା ୩୪ ମିନିଟରେ ବିମାନକୁ ପୁଣିଥରେ ଏହି ବିମାନବନ୍ଦରରେ ଅବତରଣ କରାଇଥିଲେ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଓ ସେମାନଙ୍କୁ ଅନ୍ୟ ଏକ ବିମାନକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର