କାଠମାଣ୍ଡୁ : ଏକ ଏୟାର ଇଣ୍ଡିଆ ବିମାନ ଏବଂ ଏକ ନେପାଳ ଏୟାରଲାଇନ୍ସ ବିମାନ କାଠମାଣ୍ଡୁ ନିକଟରେ ମଧ୍ୟ-ଆକାଶରେ ପରସ୍ପର ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ୱାର୍ଣ୍ଣିଂ ସିଷ୍ଟମ୍ ପାଇଲଟଦ୍ବୟଙ୍କୁ ସଚେତନ କରାଇବା ପରେ ସେମାନେ ତୁରନ୍ତ ପଦକ୍ଷେପ ନେଇ ବିମାନଦ୍ବୟକୁ ଦୁର୍ଘଟଣାରୁ ରକ୍ଷା କରିଥିଲେ ବୋଲି ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ସିଏଏଏମ୍) ପକ୍ଷରୁ କୁହାଯାଇଛି। ସେତେବେଳେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ରୁମ୍ ଦାୟିତ୍ବରେ ଥିବା ୨ ଜଣ କର୍ମଚାରୀଙ୍କୁ ଦାୟିତ୍ବହୀନତା ପାଇଁ ନିଲମ୍ବିତ କରାଯାଇଥିବା ସିଏଏଏନ୍ର ମୁଖପାତ୍ର ଜଗନ୍ନାଥ ନିରୌଲା କହିଛନ୍ତି।
ଏହି ଘଟଣା ଗତ ଶୁକ୍ରବାର ସକାଳେ ଘଟିଥିଲା। ନେପାଳ ଏୟାରଲାଇନ୍ସର ବିମାନଟି ମାଲେସିଆର କୁଆଲାଲୁମ୍ପୁରରୁ କାଠମାଣ୍ଡୁ ଆସୁଥିଲା। ଏୟାର ଇଣ୍ଡିଆ ବିମାନଟି ଦିଲ୍ଲୀରୁ କାଠମାଣ୍ଡୁ ଯାଉଥିଲା। ଭାରତୀୟ ବିମାନଟି ୧୯୦୦୦ ଫୁଟ୍ ଉପରେ ତଳକୁ ଖସିଥିବା ବେଳେ ନେପାଳ ବିମାନଟି ଏକା ସ୍ଥାନରେ ୧୫୦୦୦ ଫୁଟ୍ ଉପରେ ଉଡ଼ୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/plane-2.jpg)