ନୂଆଦିଲ୍ଲୀ: ବଲିଉଡ୍କୁ ବଦନାମ କରାଯାଉଛି ବୋଲି ରାଜ୍ୟସଭା ସାଂସଦ ଜୟା ବଚ୍ଚନ କଙ୍ଗନା ରାଣାୱତ ଏବଂ ସାଂସଦ ରବି କିସାନ୍ଙ୍କୁ ଟାର୍ଗେଟ୍ କରିବା ପରେ କଙ୍ଗନା ଏହାର ଜବାବ୍ ରଖିଛନ୍ତି। କଙ୍ଗନା କହିଛନ୍ତି ତାଙ୍କ ସ୍ଥାନରେ ଯଦି କନ୍ୟା ଶ୍ବେତା ଥା’ନ୍ତେ କିମ୍ବା ସୁଶାନ୍ତଙ୍କ ସ୍ଥାନରେ ଅଭିଷେକ ଥା’ନ୍ତେ, ଜୟାଜୀ କ’ଣ ଏଭଳି କହିଥା’ନ୍ତେ। ଦୟାକରି ଆମ ପ୍ରତି କରୁଣା ଭାବ ପ୍ରଦର୍ଶନ କରନ୍ତୁ ବୋଲି କଙ୍ଗନା ଟ୍ବିଟ୍ କରିଛନ୍ତି। କଙ୍ଗନା କହିଛନ୍ତି ଯଦି ଦିନେ ଜୟାଜୀ ଅଭିଷେକଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖିଥାନ୍ତେ, ତେବେ ସେ କ’ଣ କରିଥାନ୍ତେ। ଆଜି ରାଜ୍ୟସଭାରେ ଶୂନ୍ୟକାଳରେ ସାଂସଦ ଜୟା ବଚ୍ଚନ ବଲିଉଡ୍ ସିନେମା ଶିଳ୍ପଜଗତକୁ ଅଯଥା ବଦନାମ କରାଯାଉଛି, ସିନେମା ଶିଳ୍ପ ବିରୋଧରେ ଏହା ଏକ ଷଡ୍ଯନ୍ତ୍ର ବୋଲି କହି ପରୋକ୍ଷରେ କଙ୍ଗନା ଏବଂ ବିଜେପି ସାଂସଦ ରବି କିସାନ୍ଙ୍କୁ ଦୋଷାରୋପ କରିଥିଲେ। କଙ୍ଗନାଙ୍କ ଉଦ୍ଦେଶ୍ୟରେ ଜୟା କହିଥିଲେ, ଯେଉଁମାନେ ଚଳଚ୍ଚିତ୍ର ଶିଳ୍ପରୁ ନିଜ ପେଟ ପୋଷୁଛନ୍ତି, ସେହି ଶିଳ୍ପଜଗତକୁ ବଦନାମ କରିବାକୁ ପଛାଉ ନାହାନ୍ତି। ଏହା ନିନ୍ଦନୀୟ ବୋଲି କଡ଼ା ଭାଷାରେ ନାପସନ୍ଦ କରିଥିଲେ ଜୟା। ଗତମାସ ୨୬ରେ କଙ୍ଗନା ବଲିଉଡକୁ ନେଇ ଅତି ନକରାତ୍ମକ ମନ୍ତବ୍ୟ ଦେଇଥିଲେ। ଅଧିକାଂଶ ବଲିଉଡ୍ କଳାକାର ନିଶାସକ୍ତ ବୋଲି କଙ୍ଗନା କହିଥିଲେ।
ସିନେମା ଶିଳ୍ପ ବିରୋଧରେ ଷଡ଼୍ଯନ୍ତ୍ର: ଜୟା
/sambad/media/post_attachments/wp-content/uploads/2019/12/jaya_story.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)