ଗୋଗୋଇଙ୍କ ବିରୋଧରେ ଷଡଯନ୍ତ୍ର: ଅନଙ୍ଗଙ୍କୁ ତଦନ୍ତ ଦାୟିତ୍ବ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ‌ ଗୋଗୋଇଙ୍କ ବିରୋଧରେ ଆଗତ ଯୌନ ନିର୍ଯାତନା ମାମଲା ଏବେ ନ୍ୟାୟପାଳିକା ପାଇଁ ନୂଆ ଚାଲେଞ୍ଜ ସୃଷ୍ଟି କରିଛି। ଏହି ଅଭିଯୋଗ କେତେ ସତ ନା ଏହା ନ୍ୟାୟପାଳିକା ବିରୋଧରେ ବୃହତ୍ ଷଡ଼ଯନ୍ତ୍ରର ଏକ ଅଂଶ? ଏଭଳି ଜଟିଳ ପ୍ରଶ୍ନର ଉତ୍ତର ଖୋଜିବା ଲ‌ାଗି ସୁପ୍ରିମ କୋର୍ଟ ଉଦ୍ୟମ ଚଳାଇଛନ୍ତି। ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବ‌ା ଅଭିଯୋଗର ଯାଞ୍ଚ କରିବା ଲାଗି ଗତକାଲି ଏକ ତିନି ଜଣିଆ କମିଟି ଗଠନ କରାଯାଇଥିବା ବେଳେ ଷଡ଼ଯନ୍ତ୍ରର ତଦନ୍ତ ଦାୟିତ୍ବ ଆଜି ପୂର୍ବତନ ବିଚାରପତି ଜଷ୍ଟିସ ଏକେ ପଟ୍ଟନାୟକଙ୍କୁ ଦିଆଯାଇଛି। ଜଷ୍ଟିସ ‌େଗାଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପଛ‌େ‌ର ବଡ଼ ଷଡ଼ଯନ୍ତ୍ର ରହିଛି ଏବଂ ଷଡ଼ଯନ୍ତ୍ରରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ ରହିଛନ୍ତି ବୋଲି ଉତ୍ସବ ବେଂସ ନାମକ ଜଣେ ଆଡଭୋକେଟ ଅଭି‌େଯାଗ କରିଛନ୍ତି। ଏସଂପର୍କରେ କେତେକ ପ୍ରମାଣ ସହିିତ ଅଦାଲତରେ ସେ ସତ୍ୟପାଠ ଦାଖଲ କରିଛନ୍ତି। ତେବେ ତ‌ାଙ୍କର ଏହି ଅଭିଯୋଗ ସତ କି ନୁହେଁ ତାହାର ଯାଞ୍ଚ କରିବା ଲାଗି ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏକେ ପଟ୍ଟନାୟକଙ୍କୁ କୁହାଯାଇଛି। ଜଷ୍ଟିସ ଅରୁଣ ମିଶ୍ର, ଆରଏଫ୍ ନରିମଣ ଏବଂ ଦୀପକ ମିଶ୍ରଙ୍କୁ ନେଇ ଗଠିତ ଏକ ବେଞ୍ଚ ଆଜି ଏହି ନିର୍ଦେଶ ଦେଇଛନ୍ତି। ଏଥିରେ ତାଙ୍କୁ ସହାୟତା କରିବେ ସିବିଆଇ ନିର୍ଦେଶକ, ଆଇବି ମୁଖ୍ୟ ଏବଂ ଦିଲ୍ଲୀ ପୋଲିସ କମିସନର। ତେବେ ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାର ତଦନ୍ତ କରୁଥିବା କମିଟି ସହ ଏହାର କୌଣସି ସଂପର୍କ ରହିବ ନାହିଁ ବୋଲି ମାନ୍ୟବର ବେଞ୍ଚ ସ୍ପଷ୍ଟ କରିଦେଇଛନ୍ତି। ଜଷ୍ଟିସ ପଟ୍ଟନାୟକ ଏହି ଷଡ଼ଯନ୍ତ୍ରର ତଦନ୍ତ ସାରି ଏକ ବନ୍ଦ ଲଫାଫାରେ ରିପୋର୍ଟ ଦାଖଲ କରିବେ। ତଦନ୍ତ ରିପୋର୍ଟ ଦାଖଲ ହେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ‌େକାର୍ଟ କହିଛନ୍ତି। ତେବେ ଏହି ଷଡ଼ଯନ୍ତ୍ର ମାମଲାର ବିଶେଷ ତଦନ୍ତ ପାଇଁ କୌଣସି ଅନୁସନ୍ଧାନ ଦଳ ଗଠନ କରାଯିବ କି ନାହିଁ ତାହା ପରେ ସ୍ଥିର କରାଯିବ।

ସମ୍ବନ୍ଧିତ ଖବର