ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସଂସଦ ଭବନ ସ୍ଥିତ ତାଙ୍କ ଚ୍ୟାମ୍ବର୍ରେ ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ସଂପର୍କରେ ବୈଠକ କରିଥିଲେ। ସଂସଦର ମିଳିତ ଅଧିବେଶନ ପରେ ଆରମ୍ଭ ହୋଇଥିବା ବୈଠକ ପ୍ରାୟ ୨୫ ମିନିଟ୍ ଧରି ଚାଲିଥିଲା। ମହାରାଷ୍ଟ୍ର ବିଧାନସଭାରେ ବୁଧବାର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ମୋଦୀ ଏହି ବୈଠକ ଡକାଇଥିଲେ। ତେବେ ଏହି ବୈଠକ ପରେ ହିଁ ମହାରାଷ୍ଟ୍ର ବିଜେପିର ରଣନୀତି ବଦଳି ଯାଇଥିଲା ଏବଂ ଏହାର କିଛି ସମୟ ପରେ ଦେବେନ୍ଦ୍ର ଫଡନାଭିସ ରାଜଭବନ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୨୩ ନଭେମ୍ବରରେ ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏବଂ ଏହା ପୂରା ଦେଶକୁ ଚମକାଇ ଦେଇଥିଲା।
ମୋଦୀ-ଶାହଙ୍କ ବୈଠକ ପରେ ବିଜେପି ରଣନୀତିରେ ପରିବର୍ତ୍ତନ
/sambad/media/post_attachments/wp-content/uploads/2019/03/narendra-modi-and-amit-shah.jpg)