ସେନାକୁ ସଶକ୍ତ କରିବାକୁ ବିଶାଳ ଯୋଜନା

୧୫ ହଜାର କୋଟି ଟଙ୍କାର ଗୋଳାବାରୁଦ ଉତ୍ପାଦନ ପ୍ରକ୍ରିୟା ଚୂଡ଼ାନ୍ତ

ନୂଆଦିଲ୍ଲୀ: ଭାରତୀୟ ସେନା ଦୀର୍ଘ ବର୍ଷ ଧରି ନିଜ ଟ୍ୟାଙ୍କ୍‌ ଓ ଅନ୍ୟ ଯୁଦ୍ଧାସ୍ତ୍ର ପାଇଁ ଗୋଳାବାରୁଦ ଅଭାବଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏବେ ୧୫ ହଜାର କୋଟି ଟଙ୍କାର ଗୋଳା ବାରୁଦ ଉତ୍ପାଦନ ପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି। ଗୋଳାବାରୁଦ ଆମଦାନିରେ ଅହେତୁକ ବିଳମ୍ବକୁ ଏଡ଼ାଇବା ଏବଂ ଏ କ୍ଷେତ୍ରରେ ସେନାକୁ ସ୍ୱାବଲମ୍ବୀ କରିବା ପାଇଁ ଏହି ଯୋଜନାକୁ ସରକାର ମଂଜୁରି ଦେଇଛନ୍ତି। ଦେଶରେ ଗୋଳାବାରୁଦ ଅଭାବ ଲାଗି ରହିଥିବା ଦେଇ ବିଗତ କିଛି ବର୍ଷ ହେଲା ଉଦ୍‌୍‌ବେଗ ପ୍ରକାଶ ପାଇଥିବା ବେଳେ ସରକାରଙ୍କ ଏହି ପଦକ୍ଷେପ ସମସ୍ୟାକୁ ସ୍ଥାୟୀ ଭାବେ ଦୂର କରିବାକୁ ସକ୍ଷମ ହେବ। ଚୀନ୍‌ ନିଜର ପ୍ରତିରକ୍ଷା ବଜେଟ୍‌କୁ ଆଶାତୀତ ବୃଦ୍ଧି କରି ଏବେ ବିଶ୍ୱର ସବୁଠାରୁ ବଡ଼ ମହାଶକ୍ତି ହେବାକୁ ଯାଉଥିବା ବେଳେ ଭାରତ ପାଇଁ ଏହା ଚିନ୍ତାର କାରଣ ହୋଇଛି। ଏଭଳି ସ୍ଥିତିରେ ଗୋଳାବାରୁଦ ଅଭାବ ସମସ୍ୟାକୁ ଏଡ଼ାଇବା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ସେନାକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର