ଏନ୍‌ସିପି କାର୍ଯ୍ୟକର୍ତ୍ତାଙ୍କ ଦାବି, ଶରଦ ପାୱାରଙ୍କୁ ହତ୍ୟା ପାଇଁ ଯୋଜନା ହୋଇଛି

ନୂଆଦିଲ୍ଲୀ: ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ହତ୍ୟା ଯୋଜନା କରାଯାଇଛି ବୋଲି ଜଣେ ଏନ୍‌ସିପି କାର୍ଯ୍ୟକର୍ତ୍ତା ଲକ୍ଷ୍ମୀକାନ୍ତ ମୋହନଲାଲ୍‌ ଖବିୟା ଦାବି କରିଛନ୍ତି। ଏହି ଏନ୍‌ସିପି କାର୍ଯ୍ୟକର୍ତ୍ତା ଏନେଇ ପୁନେର ଶିବାଜୀନଗର ଥାନାରେ ଅଭିଯୋଗ ଦାଏର କରିଛନ୍ତି। ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ପାୱାରଙ୍କ ବିରୋଧରେ କରାଯାଇଥିବା ଦୁଇଟି ପୋଷ୍ଟ୍‌କୁ ଦର୍ଶାଇ ଖବିୟା କହିଛନ୍ତି, ପାୱାରଙ୍କୁ ହତ୍ୟା ବଡ଼ ଷଡ଼ଯନ୍ତ୍ର ହୋଇଛି। ଏନ୍‌ସିପି ମୁଖପାତ୍ର ଅଙ୍କୁଶ କକଡ଼େ କହିଛନ୍ତି, ଦଳ ପକ୍ଷରୁ ଏନେଇ ବିସ୍ତୃତ ସୂଚନା‌ ହାସଲ କରିବାକୁ ଚେଷ୍ଟା କରାଯାଉଛି। ଯଦି ଏହି ଅଭିଯୋଗର କୌଣସି ସତ୍ୟତା ଥାଏ ତେବେ ପୁଲିସ ଏନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଅନ୍ୟପକ୍ଷେ ଏହି ମାମଲାରେ ଏକ ଏଫ୍‌ଆଇଆର ରୁଜୁ ହେବା ଉଚିତ୍‌ ବୋଲି ଏନ୍‌ସିପି କାର୍ଯ୍ୟକର୍ତ୍ତା କହିଛନ୍ତି।

ସମ୍ବନ୍ଧିତ ଖବର